LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗିରଫ ହେଲେ କନ୍ନଡ଼ ଅଭିନେତା Chetan Kumar, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌

21/03/2023 at 4:24 PM

Kannada Actor Chetan Kumar Arrested

ନୂଆଦିଲ୍ଳୀ, ୨୧/୦୩: କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ। ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ବିଟ୍କୁ ନେଇ ଚେତନ କୁମାରଙ୍କୁ ବେଙ୍ଗାଲୁରୁ ପୋଲିସ୍‌ ଗିରଫ କରିଛି। ସୂଚନାଯୋଗ୍ୟ, ଟ୍ବିଟ୍‌ରେ ଚେତନ କୁମାର ହିନ୍ଦୁ ଧର୍ମର ଅସ୍ତିତ୍ବକୁ ମିଛ ବୋଲି କହିଥିଲେ।

ଚେତନ କୁମାର ସୋମବାର ନିଜର ଟ୍ବିଟର ହ୍ୟାଣ୍ଡେଲରେ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ଟ୍ବିଟ୍‌ କରିଛନ୍ତି। ଚେତନ ଏହି ଟ୍ବିଟ୍‌ରେ ଲେଖିଛନ୍ତି ‘ ହିନ୍ଦୁତ୍ବ ମିଛରେ ତିଆରି ହୋଇଛି। ସାବରକରଙ୍କ ରାମ ରାବଣକୁ ହରାଇ ଅଯୋଧ୍ୟା ଫେରିବା ପରେ ଭାରତୀୟ ରାଷ୍ଟ୍ର ଆରମ୍ଭ କଥା ମିଛ । ୧୯୯୨ ରେ ବାବରୀ ମସଜିଦ୍‌ ରାମ ଜନ୍ମଭୂମି ମିଛ। ୨୦୨୩ର ଉରୀଗୌଡ଼ା-ନାନଜେଗୌଡ଼ା ଟିପୁଙ୍କ ହତ୍ୟାକାରୀ ତାହାବି ମିଥ୍ୟା। ହିନ୍ଦୁତ୍ବକୁ ସତ୍ୟରେ ହରାଯାଇପାରିବ। ସତ୍ୟ ସମାନା।’ ବୋଲି କହିଛନ୍ତି ଚେତନ।

ଆଉ ହିନ୍ଦୁ ଧର୍ମ ବିରୋଧରେ ଏହି ବିବାଦୀୟ ବୟାନକୁ ନେଇ ଏବେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଚେତନ କୁମାରଙ୍କୁ ମଙ୍ଗଳବାର ବେଙ୍ଗାଲୁରୁର ଶେଷାଦ୍ରୀପୁରମ ପୋଲିସ୍‌ ଗିରଫ କରିଛି। ତେବେ ଏହା ପ୍ରଥମ ଥର ନୁହେଁ ଯେତେ​‌ବେଳେ ଏହି କନ୍ନଡ଼ ଅଭିନେତା କୌଣସି ବିବାଦୀୟ ଟ୍ବିଟ୍‌ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ହିନ୍ଦୁ ଧର୍ମକୁ ନେଇ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଥିଲେ।

ତେବେ ବର୍ତ୍ତମାନ ସମୟରେ ଚେତନ କୁମାରଙ୍କ ଏହି ଟ୍ବିଟ୍‌ର ହିନ୍ଦୁ ସଂଗଠନ ତରଫରୁ ତୀବ୍ର ବିରୋଧ କରାଯାଉଛି। ବଜରଙ୍ଗ ଦଳ ନେତା ଚେତନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଭଳି ବିବାଦକୁ ନେଇ ଚେତନ ଜାମିନ୍‌ରେ ଥିଲେ।

   Related Posts