oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଏବଂ କର୍ମଚାରୀଙ୍କ ସତ୍ୟାଗ୍ରହ, ସରକାରୀ ସ୍ୱୀକୃତି ଦେବାକୁ ଦାବି

28/07/2022 at 10:52 PM

ସାନଖେମୁଣ୍ଡି, ୨୮।୦୭: କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ । ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ବାରା ଓସନାଲିଆ (ଓଡ଼ିଶା ଷ୍ଟେଟ୍ ନନ୍ ଗଭର୍ଣ୍ଣମେଣ୍ଟ ଲେକ୍ଚର୍ସ ଏଣ୍ଡ୍ ଏମ୍ପ୍ଳୟିସ୍ ଆସୋସିଏସନ୍) ମହାସଂଘର ଆହ୍ବାନକ୍ରମେ ଏକ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ କରାଯାଇଛି ।

ଦୀର୍ଘ ୧୩ ବର୍ଷ ଧରି ପରିଚାଳନା କମିଟିର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅଦ୍ୟାବଧି ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ଏବଂ ଦାୟିତ୍ବକୁ ସୂଚାରୁରୂପେ ସଂପାଦନ କରିଆସୁଛନ୍ତି। ତଥାପି ରାଜ୍ୟ ସରକାର ନିଜର ନାର୍ଯ୍ୟ ଅନୁଦାନ ଦେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ରାଜ୍ୟରେ କାଳିଆ ଯୋଜନା, ପିଠାଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଆହାର ଯୋଜନା କଲେ ମଧ୍ୟ ମହାବିଦ୍ୟାଳୟର ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଓଡ଼ିଶା ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି।

ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ କଲେ ସୁଦ୍ଧା ସେମାନଙ୍କୁ ସରକାର କୌଣସି ଅନୁଦାନର ପରିସରଭୁକ୍ତ କରୁନାହାଁନ୍ତି। ଯେହେତୁ ସମସ୍ତଙ୍କୁ ପରିଚାଳନା କମିଟି ଦ୍ବାରା ପ୍ରାପ୍ତ ସ୍ବଳ୍ପ ମିଆଦି ଦରମା ଯାହାକି ସରକାରଙ୍କ ନିର୍ଦ୍ଧାରିତ କୁଶଳି ଓ ଅଣକୁଶଳି ଶ୍ରମିକଙ୍କ ଦୈନିକ ମଜୁରୀ ଠାରୁ ମଧ୍ୟ କମ୍ ପାରିଶ୍ରମିକ ପାଉଥିବାରୁ ପରିବାର ଭରଣପୋଷଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ସେଥିପାଇଁ ଦୀର୍ଘ ୯୭ ଦିନ ଧରି ଆଜି ରାଜ୍ୟର ପ୍ରତ୍ୟେକ କଲେଜ ସ୍ତରରୁ ଆରମ୍ଭ କରି ଭୁବନେଶ୍ବର ରାଜରାସ୍ତାରେ ଧାରଣାରେ ଦଣ୍ଡାୟମାନ ହୋଇଛି ସଂଘ ।

ସରକାରଙ୍କ ନିର୍ବାଚନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାଙ୍କନ କାର୍ଯ୍ୟ ସମସ୍ତ ଦାୟୀତ୍ବକୁ ସୂଚାରୁ ରୂପେ ସଂପାଦନ କଲେ ମଧ୍ୟ ସରକାର କୌଣସି ଅନୁଦାନ ଦେଉନାହାନ୍ତି। ସମସ୍ତ କର୍ମଚାରୀ ବୟସର ଅପରାହ୍ନରେ ପହଞ୍ଚିସାରିଲେଣି। ତେଣୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ସୁଶାନ୍ତ ପଣ୍ଡା, ସୁଶାନ୍ତ ପାଣିଗ୍ରାହୀ, ବରୁଣ ସେଠି ଏବଂ ୨୦ ଜଣ କର୍ମଚାରୀ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ।

   Related Posts