ଦେଶର ପ୍ରଥମ ଦମ୍ପତ୍ତି ଭାବେ ଭାରତୀୟ ସେନାରେ ଥ୍ରୀ ଷ୍ଟାର ପାଇଲେ କନିକତର

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୦୧। ୦୩- ପତିଙ୍କ ପଥରେ ପତ୍ନୀ। ପତିଙ୍କ ପରି ଥ୍ରୀ  ଷ୍ଟାରର ପାଇବାର ଗୌରବ ଅର୍ଜନ କରିଛନ୍ତି ପତ୍ନୀ। କନିତକର ପରିବାରର ଉଭୟ ପତି ଏବଂ ପତ୍ନୀ  ଭାରତୀୟ ସେନାରେ ଉଚ୍ଚ ପଦବୀ ସହିତ ଥ୍ରୀ ଷ୍ଟାର ପାଇବାରେ ଦେଶର ପ୍ରଥମ ଦମ୍ପତି ହେବାର ଗୌରବ ଅର୍ଜନ କରିଛନ୍ତି। ପତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କନିତକରଙ୍କ ପରେ ତାଙ୍କର ପତ୍ନୀ ମାଧୁରୀ କନିତକର ଥ୍ରୀ ଷ୍ଟାର ସହିତ ଶନିବାର ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ(ମେଡିକାଲ)ର  ନୂତନ ଡେପୁଟୀ ମୁଖ୍ୟ ପଦ ସମ୍ଭାଳିଛନ୍ତି।

{"id":231213,"sizeSlug":"large"}

ତାଙ୍କର ପତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ କନିତକର ଆର୍ମଡ୍ କୋରପ୍ସ ଅଫିସରରୁ ଆର୍ମି କ୍ଵାର୍ଟର ମାଷ୍ଟର ଜେନେରାଲ ଭାବେ ୨୦୧୭ରେ ଅବସର ନେଇ ସାରିଛନ୍ତି। ଥ୍ରୀ ଷ୍ଟାର ପାଇବା ପରେ ମାଧୁରୀ କନିତକର କହିଛନ୍ତି ଯେ, ଆମର ୩୬ ବର୍ଷର ବୈବାହିକ  ଜୀବନ ମଧ୍ୟରୁ ଆମେ କେବଳ ୧୨ ବର୍ଷ ଏକାଠି ରହି ପାରିଛୁ, କାରଣ ଉଭୟ ଆର୍ମଡ୍ ଫୋର୍ସ ପରି ଚ୍ୟାଲେଞ୍ଜିଂ ପଦରେ କାର୍ଯ୍ୟରତ ଥିଲୁ। କିନ୍ତୁ ଏହା ଆମର ପାରିବାରିକ ଜୀବନରେ କୌଣସି ପ୍ରଭାବ ପକାଇ  ପାରି ନାହିଁ। ଏହି କ୍ୟାରିୟରରେ ମୋର ପତି ମୋତେ ସଂପୂର୍ଣ୍ଣ ସମର୍ଥନ କରୁଥିଲେ ଏବଂ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲେ। ମାଧୁରୀ ଜଣେ ଶିଶୁ ରୋଗ ବିଶେଷଜ୍ଞ ମଧ୍ୟ।

ଉଲ୍ଲେଖଯୋଗ୍ୟ, ପତି ରାଜୀବ ନିଜ କାର୍ଯ୍ୟକାଳରେ ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ପୂର୍ବରୁ ରାଷ୍ଟ୍ରପତି ପଦକ ପାଇ ସାରିଥିବା ବେଳେ ମାଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଖଡକଓ୍ଵାସଲାରେ ଏମବିବିଏସ ଛାତ୍ର ଭାବେ ମଧ୍ୟ ରାଷ୍ଟ୍ରପତି ପଦକ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.