vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

କନିକାଙ୍କ ହାତରେ ଲାଗିଲା ଗୌତମଙ୍କ ନାମର ମେହେନ୍ଦୀ, ବିବାହ ପୂର୍ବରୁ ଝୁମିଲେ ଲଭବାର୍ଡ 

20/05/2022 at 9:45 AM

ମୁମ୍ବାଇ ୨୦।୦୫ : ବର୍ତ୍ତମାନ ବଲିଉଡ୍‌ ହେଉ ବା ଟେଲି ଇଣ୍ଡଷ୍ଟ୍ରି ସବୁଠାରେ ଚାଲିଛି ବିବାହ ଋତୁ। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବି-ଟାଉନ୍‌ର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଖୁସି କହିଲେ ନସରେ। କନିକା ଆଜି ବିବାହ ବନ୍ଧନରେ ବାନ୍ଧି ହେବ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗତକାଲି ତାଙ୍କର ହଲଦିର କାର୍ଯ୍ୟକ୍ରମ ହୋଇଥିଲା। ଯାହାର ଫଟୋ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ କନିକା ତାଙ୍କ ପରିବାର ସହିତ ଧମାଲ କରୁଥିବା ଦେଖାଯାଇଥିଲା।

ବର୍ତ୍ତମାନ କନିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦିର ସମସ୍ତ ଫଟୋକୁ ସେୟାର କରିଛନ୍ତି। ଏବଂ କ୍ୟାପସନ୍‌ରେ ଲେଖିଛନ୍ତି ଜି ଆଇ ଲଭ ୟୁ…। ଫଟୋରେ କନିକା ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଗ୍ରିନ୍‌ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଏହା ବ୍ୟତୀତ କନିକା ଓ ଗୌତମ ନିଜ ପରିବାର ସଦସ୍ୟ ବନ୍ଧୁମାନଙ୍କ ସହ ଖୁବ୍‌ ଖୁସି ଥିବାର ନଜର ଆସୁଛନ୍ତି। ଭାବିପତ୍ନୀ ଗୌତମଙ୍କ ସହ କନିକା ମନ ଖୋଲି ନାଚୁଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଫଟୋରେ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି।

କହିବାକୁ ଗଲେ ଏହା କନିକାଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ଏନଆରଆଇ ବ୍ୟବସାୟୀ ରାଜଙ୍କୁ କରିଥିଲେ। ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। ପରେ କନିକା ଗତ କିଛି ବର୍ଷ ଧରି ଗୌତମଙ୍କୁ ଡେଟ୍‌ କରୁଥିଲେ। ବର୍ତ୍ତମାନ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

   Related Posts