ଦ୍ଵିତୀୟ ବିବାହ କଲେ ଗାୟିକା କନିକା କପୁର, ବ୍ୟବସାୟୀ ଗୌତମଙ୍କ ଧରିଲେ ହାତ

Published By : Prameya-News7 Bureau | May 21, 2022 IST

ମୁମ୍ବାଇ ୨୧।୦୫: ବଲିଉଡର ଗାୟିକା କନିକା କପୁର ଶୁକ୍ରବାର ଅର୍ଥାତ୍‌ ଗତକାଲି ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର କେମେଷ୍ଟ୍ରିକୁ  ଦେଖିବାକୁ ମିଳୁଛି। ନିକଟରେ କନିକାଙ୍କ ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ତଥା ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

wp:html
/wp:html

ଭାଇରାଲ ଭାୟାନୀ କନିକାଙ୍କ ବିବାହର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଜୟମାଲା ପାଇଁ ଷ୍ଟେଜ୍‌ ଉପରକୁ ଯାଉଛନ୍ତି। ସେ ବିବାହ ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। କନିକା ବିବାହ ପାଇଁ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ, ଭାରୀ ଅଳଙ୍କାର ସହ ନ୍ୟୁଡ୍‌ ମେକଅପ୍‌ରେ ନଜର ଆସିଛନ୍ତି।

wp:html
/wp:html

ବାସ୍ତବରେ, କହିବାକୁ ଗଲେ ଏହା ହେଉଛି କନିକା କପୁରଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ। ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ ଏବଂ ତା’ପରେ ସଙ୍ଗୀତକୁ ତାଙ୍କ କ୍ୟାରିଅର୍ ଭାବେ ବାଛିଥିଲେ। ଦଶ ବର୍ଷ ପରେ କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.