ବିବାହ ପରେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେଲେ କନିକା, ସ୍ବାମୀ ସହ ‘ବେବି ଡଲ୍’ ଗୀତରେ କଲେ ଡ୍ୟାନ୍ସ
22/05/2022 at 12:03 PM

ନୂଆଦିଲ୍ଲୀ ୨୨।୦୫ : ‘ବେବି ଡଲ୍’ ଫେମ୍ ଗାୟକ କନିକା କପୁର ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ବିବାହ ପରେ ଦୁହେଁ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେଇଛନ୍ତି। ପାର୍ଟୀରେ ସେ ତାଙ୍କ ସ୍ୱାମୀଙ୍କ ‘ବେବି ଡଲ୍’ ଗୀତରେ ଜବରଦସ୍ତ୍ ନାଚୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ହିଁ ନୁହେଁ କନିକାଙ୍କ ସହ ତାଙ୍କ ପୁଅକୁ ବି ଦେଖିବାକୁ ମିଳିଛି।
ନିକଟରେ ଏହି ଭିଡିଓଟି କନିକା କପୁରଙ୍କ ଫ୍ୟାନ୍ ପେଜ୍ରୁ ସେୟାର କରାଯାଇଛି । ଯେଉଁଥିରେ କନିକା – ଗୌତମ ଦୁହେଁ ଅତିଥିଙ୍କ ସାମ୍ନାରେ ନାଚୁଛନ୍ତି । ଉକ୍ତ ଭିଡିଓରେ କନିକା ନାଲି ରେଡିୟସ୍ର ସର୍ଟସ୍ ପିନ୍ଧିଥିବାବେଳେ ଗୌତମ ବ୍ଲୁ କଲର ସାର୍ଟ ପିନ୍ଧିଛନ୍ତି । କହିବାକୁ ଗଲେ କନିକା ୧୮ ବର୍ଷ ବୟସରେ ବିବାହ କରିଥିଲେ। ଯାହା ପରେ ସେ ଲଣ୍ଡନ ଯାଇଥିଲେ । ସେମାନଙ୍କର ବିବାହ ବେଶି ଦିନ ତିଷ୍ଠି ନଥିଲା। ଯାହା ପରେ ସେ ଏକାକୀ ନିଜର ତିନି ସନ୍ତାନଙ୍କୁ ପାଳିଥିଲେ। ବର୍ତ୍ତମାନ ୪୩ ବର୍ଷ ବୟସରେ, କନିକା କପୁର ପୁଣି ଥରେ ଦ୍ବିତୀୟ ବିବାହ କରିଛନ୍ତି। କନିକା ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ।
କନିକା ଏନ୍ଆରଆଇ ବ୍ୟବସାୟୀ ଗୌତମଙ୍କୁ ହାତ ଧରିଛନ୍ତି। ଏହି ବିବାହ ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁଯାୟୀ ଶେଷ ହୋଇଥିଲା । ବିବାହ ପରେ ଦୁହେଁ ଜବରଦସ୍ତ ପାର୍ଟୀ ଦେଇଛନ୍ତି । ଯେଉଁଥିରେ ତାଙ୍କ ସମସ୍ତ ଅତିଥି ନଜର ଆସିଥିଲେ ।