କନିକା ଏବେ କରୋନା ଆତଙ୍କ: ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ରାଷ୍ଟ୍ରପତି, ବହୁ ରାଜନେତା ଓ କଳାକାର ଏବେ ଛାନିଆ

Published By : Prameya-News7 Bureau | March 20, 2020 IST

ଲକ୍ଷ୍ନୌ, ୨୦।୩:  ବଲିଉଡ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେ ଆକ୍ରାନ୍ତ ହେବା ପରେ ଅନେକ ବଡବଡିଆଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। କାରଣ ସେ ଲଣ୍ଡନରୁ ଫେରିବା ପରେ ପ୍ରଶାସନକୁ ଜଣାଇ ନଥିଲେ କିମ୍ବା କୌଣସି ଗାଇଡ ଲାଇନ ମଧ୍ୟ ପାଳନ କରିନଥିଲେ। ନିଜକୁ ଆଇସୋଲେସନରେ ରଖିବା ପରିବର୍ତ୍ତେ ସେ ଲକ୍ଷ୍ନୌର ହୋଟେଲ ତାଜ ଓ ତାଙ୍କ ଆପାର୍ଟମେଣ୍ଟରେ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ୩୦୦ରୁ ଅଧିକ ଅତିଥି ଯୋଗଦେଇଥିଲେ। ଏହି ଅତିଥୀଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତାଙ୍କ ପୁତ୍ର ଦୁଷ୍ୟନ୍ତ ଓ ଅନେକ ସାଂସଦ, ନେତା, କଳାକାର ସାମିଲ ଥିଲେ।

{"id":241631,"width":760,"height":570,"sizeSlug":"large"}

କନିକାକଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଅତିଥୀମାନେ ଛାନିଆ ହୋଇଯାଇଛନ୍ତି। କାରଣ ସେମାନେ ସିଧାସଳଖ ଭାବେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏପରିକି ପାର୍ଟିରୁ ଫେରିବା ପରେ ବସୁନ୍ଧରାଙ୍କ ପୁତ୍ର ଦୁଷ୍ୟନ୍ତ ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି। ତେବେ ବସୁନ୍ଧରା ଏବେ ନିଜକୁ ହୋମ ଆଇସୋଲେସନରେ ରଖିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ବୋଲି କହିଛନ୍ତି।

ତେବେ କନିକାଙ୍କ ଏହି ଭୁଲ ପାଇଁ ଅନେକ ଜଣଙ୍କ ଜୀବନ ବିପଦ ମୁହଁକୁ ଚାଲିଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଏହା ମଧ୍ୟରେ ହୋଟେଲ ତାଜକୁ ମଧ୍ୟ ବନ୍ଦ କରାଯାଇଛି।

{"id":241633,"width":752,"height":504,"sizeSlug":"large"}

ଏହା ମଧ୍ୟରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଛୁଇଁଥିବା ସୂଚନା ମିଳିଛି। ସେହିପରି ୫ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.