ବିଜେପିର ରଥଯାତ୍ରା ଥିଲା କ୍ଷମତା ଲାଗି, ସତ୍ୟ ଲାଗି ଭାରତ ଯୋଡୋ ଯାତ୍ରାରେ ବାହାରିଛି କଂଗ୍ରେସ:  କହ୍ନେୟା କୁମାର

Published By : Prameya-News7 Bureau | September 07, 2022 IST

ନୂଆଦିଲ୍ଲୀ ୭।୯: କଂଗ୍ରେସ ନେତା କହ୍ନେୟା କୁମାର ପାର୍ଟିର ‘ଭାରତ ଯୋଡୋ’ ଯାତ୍ରାକୁ ନେଇ ବୁଧବାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି( ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ୧୯୯୦ରେ କରାଯାଇଥିବା ରଥଯାତ୍ରା କ୍ଷମତା ଲାଗି ଥିଲା। ତେବେ ତାଙ୍କ ପାର୍ଟିର ଭାରତ ଯୋଡୋ ଯାତ୍ରା ସତ୍ୟ ଲାଗି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତ ଯୋଡୋ ଯାତ୍ରା କାଳରେ ରାହୁଲ ଗାନ୍ଧିଙ୍କ ସହ ଯାତ୍ରା କରିବାକୁ ଥିବା ୧୧୮ ‘ଭାରତ ଯାତ୍ରୀ’ଙ୍କ ମଧ୍ୟ କହ୍ନେୟା କୁମାର ମଧ୍ୟ ଅଛନ୍ତି। ଏହି ପଦ ଯାତ୍ରା କନ୍ୟା କୁମାରୀରୁ  ବାହାରି କାଶ୍ମୀରରେ ପହଞ୍ଚିବ।

{"id":681348,"width":839,"height":472,"sizeSlug":"full","linkDestination":"none"}

ଏହି ଯାତ୍ରା ଉପରେ କହ୍ନେୟା କୁମାର କହିଛନ୍ତି ଯେ ଭାରତୀୟଙ୍କ ଲାଗି ଏହା ବାସ୍ତବିକ ସୌଭାଗ୍ୟର କଥା ଯେ ଚାହିଁଲେ ଏହି ଯାତ୍ରାର ଅଂଶବିଶେଷ ହୋଇ ପାରିବେ।  ଏହା କେବଳ ଏକ ରାଜନୈତିକ ଯାତ୍ରା ନୁହେଁ ଏହାର ସାମାଜିକ ଓ ସାଂସ୍କୃତିକ ଦିଗ ମଧ୍ୟ ରହିଛି। ତେବେ ଅତୀତରେ ଆଡଭାନୀ ଓ ଅନ୍ୟ କିଛି ନେତାଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ଠାରୁ ଏହା କିପରି ଭିନ୍ନ ବୋଲି ପଚରା ଯିବାରେ କହ୍ନେୟା କହିଛନ୍ତି ଯେ ଏହି ଯାତ୍ରାର ୩ଟି ବିନ୍ଦୁ ରହିଛି। ତାହା ହେଉଛି ସାମାଜିକ, ରାଜନୈତିକ ଓ ଆର୍ଥିକ। ଆଡଭାନୀଙ୍କ ଯାତ୍ରା ରାଜନୈତିକ ଥିଲା ଓ କ୍ଷମତା ପାଇଁ ଥିଲା। ତେବେ ଭାରତ ଯୋଡୋ ଯାତ୍ରା ସତ୍ୟ ଲାଗି ବୋଲି ସେ କହିଛନ୍ତି।

{"id":681349,"width":842,"height":632,"sizeSlug":"full","linkDestination":"none"}

ଆଡଭାନୀଙ୍କ ଯାତ୍ରା ଓ କଂଗ୍ରେସର ଯାତ୍ରାରେ ଥିବା ପାର୍ଥକ୍ୟ ସମ୍ପର୍କରେ କହିବାକୁ ଯାଇ କହ୍ନେୟା କୁମାର ଆଡଭାନୀଙ୍କ ଯାତ୍ରାର ନକରାତ୍ମକ ପ୍ରଭାବ ଆଡକୁ ମୁଁ ଯିବାକୁ ଚାହୁଁ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ରଥଯାତ୍ରାର ନକରାତ୍ମକ ପ୍ରଭାବ ଦେଶ ଅନୁଭବ କରୁଥିବା କହିଛନ୍ତି। ଆଡଭାନୀଙ୍କ ସେହି ଯାତ୍ରା ତାଙ୍କ ପାର୍ଟିକୁ ଦେଶର ଶାସନ ଦେଇଥିଲା। ତେବେ କଂଗ୍ରେସର ଏହି ଯାତ୍ରା ସତ୍ୟକୁ ପୁନସ୍ଥାପିତ କରିବା ପାଇଁ ବୋଲି କହ୍ନେୟା କୁମାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଯେଉଁ ଖାଇ ସୃଷ୍ଟି କରିଛନ୍ତି ସେଥିପାଇଁ ଏହି ଯାତ୍ରା ଅତ୍ୟନ୍ତ ଜରୁରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.