ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ ପାଇଁ କେବଳ କହ୍ନେୟା ଲାଲ୍ଙ୍କୁ ନୁହେଁ ଆଉ ଜଣଙ୍କୁ ମଧ୍ୟ ମାରିଛନ୍ତି ଆତଙ୍କବାଦୀ! ୫ ଗିରଫ
2/07/2022 at 11:20 AM

ନୂଆଦିଲ୍ଲୀ- ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ସମର୍ଥନ କରି କେବଳ ଉଦୟପୁରରେ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇ ନାହିଁ ତା ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। କହ୍ନେୟାଙ୍କ ହତ୍ୟାର ସପ୍ତାହେ ପୂର୍ବରୁ ଜୁନ ୨୧ ତାରିଖରେ ୫୪ ବର୍ଷୀୟ କେମିଷ୍ଟ ଉମେଶ ପ୍ରହଲାଦରୱଙ୍କୁ କୋହ୍ଲେ ହତ୍ୟା କରାଯାଇଥିଲା। ଏହି ଖବର ଏବେ ଗଣମାଧ୍ୟମ ନଜରକୁ ଆସିଛି। ନପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ସମର୍ଥନ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାରେ ତଦନ୍ତ କରଥିବା ପୁଲିସ ଟିମ୍ କହିଛି।
ଘଟଣା ସମ୍ପର୍କରେ ଉମେଶଙ୍କ ପୁଅ ସଂକେତଙ୍କ ଅଭିଯୋଗ ପରେ ଅମରାବତୀ ସିଟି କୋତବଲୀ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ୨୩ ଜୁନରେ ଦୁଇ ବ୍ୟକ୍ତି ମୁଦ୍ଦସର ଅହମଦ ଓ ୨୫ ବର୍ଷୀୟ ଶାହରୁଖ ପଠାନକୁ ଗିରଫ କରାଯାଇଥିଲା। ଏହି ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ହତ୍ୟାକାଣ୍ଡରେ ଆଉ ୪ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରୁ ଅବଦୁଲ ତୌଫିକ୍(୨୪), ଶୋଏବ ଖାନ(୨୨) ଓ ଅତିବ ରଶିଦଙ୍କୁ ଜୁନ ୨୫ ତାରିଖରେ ଗିରଫ କରାଯାଇଥିଲା। ତେବେ ଶମୀମ ଅହମଦ ଫିରୋଜ ଅହମଦ ଏବେ ଫେରାର୍ ଅଛି ବୋଲି ସୂଚନା ମିଳିଛି।
ଜୁନ ୨୧ ତାରିଖ ରାତି ୧୦.୩୦ ମିନିଟରେ ଉମେଶ ତାଙ୍କ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଦୁଇ ଜଣ ଲୋକ ଆସି ତାଙ୍କ ବେକ ଉପରେ ଧାରୁଆ ଚୁରିରେ ଆକ୍ରମଣ କରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କ ସଂକେତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ବି ସେଠାର ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଉମେଶଙ୍କ ପୁଅ ସଂକେତ କହିଛନ୍ତି।