ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବର୍ବରତାର ଶିକାର କହ୍ନେୟାଙ୍କ ଅନ୍ତିମ ବିଦାୟ, ଦୁଃଖ ଓ କ୍ରୋଧର ସହ ସଂପନ୍ନ ହେଲା ଅନ୍ତ୍ୟେଷ୍ଟି କ୍ରିୟା

29/06/2022 at 4:14 PM

ଉଦୟପୁର: କଟ୍ଟରତାର ସମସ୍ତ ସୀମା ଲଙ୍ଘିଲା ରାଜସ୍ଥାନର ଉଦୟପୁର ଘଟଣା। ବିଜେପିର ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମାଙ୍କ ସମର୍ଥନ କରିବାରୁ ସଂଖ୍ୟାଲଘୁ ସଂପ୍ରଦାୟର ଦୁର୍ବୃତ୍ତ ଏତେ ବର୍ବର ହୋଇ ପାରନ୍ତି ତାର କଳନା କରାଯାଇନପାରେ। ନିର୍ମମ ହତ୍ୟାର ଶିକାର କହ୍ନେୟାଲାଲ ବୁଧବାର ପତ୍ତଭୂତରେ ବିଲୀନ ହୋଇଛନ୍ତି। ଦୁଃଖ ଏବଂ କ୍ରୋଧର ସହିତ ଲୋକେ ତାଙ୍କୁ ଅଶ୍ରୁ ନୟନରେ କହ୍ନେୟାଲାଲଙ୍କୁ ବିଦାୟ ଦେଇଛନ୍ତି। ଅଶୋକନଗର ସ୍ଥିତ ଶ୍ମଶାନ ଘାଟରେ କହ୍ନେୟାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ଲୋକେ କହ୍ନେୟା ଅମର ରୁହନ୍ତୁ, ହତ୍ୟାକାରୀଙ୍କୁ ଫାଶି ଦିଆଯାଉ ନାରା ଦେଇଛନ୍ତି। କହ୍ନେୟାଙ୍କ ବଡ ପୁଅ ପିତାଙ୍କ ମୁଖାଗ୍ନି ଦେଇଛନ୍ତି।

ଉଦୟପୁରର ସାତ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ରହିଥିଲେ ମଧ୍ୟ କହ୍ନେୟାଙ୍କ ଅନ୍ତିମ ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା।ଏହା ପୂର୍ବରୁ ଏମବି ହସ୍ପିଟାଲରେ କହ୍ନେୟାଙ୍କ ଶବବ୍ୟବଚ୍ଛେଦ କରାଯାଇଥିଲା। ଘରେ ମରଶରୀର ପହଞ୍ଚିବା ପରେ ଶୋକାକୂଳ ମାହୋଲ ସୃଷ୍ଟି ହେବା ସହ ଲୋକଙ୍କ ମନରେ କ୍ରୋଧ ଦେଖିବାକୁ ମିଳିଥିଲା। ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ତାଙ୍କ ପତ୍ନୀ ହତ୍ୟାକାରୀଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି। ମୃତ୍ୟୁର ବଦଳରେ ମୃତ୍ୟୁ ଦରକାର ବୋଲି କହିଛନ୍ତି କହ୍ନେୟାଙ୍କ ଭଉଣୀ।

ସୂଚନାଯୋଗ୍ୟ, ଗତକାଲି ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତ କହ୍ନେୟା କୁମାରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ତାଙ୍କ ଉପରେ ୨୬ ଥର ପ୍ରହାର କରାଯାଇଛି। ଶରୀରର ୧୩ଟି ସ୍ଥାନରେ ଗଭୀର କ୍ଷତ ରହିଛି। ବିଶେଷ କରି ବେକ ଆଖପାଖ ଅଞ୍ଚଳରେ ଅଧିକାଂଶ ଆକ୍ରମଣ କରାଯାଇଛି। କହ୍ନେୟା ପେଶାରେ ଜଣେ ଟେଲର। ସେ ଉଦୟପୁରର ଭୂତମହଲ ନିକଟରେ ସୁପ୍ରିମ ଟେଲର୍ସ ନାମରେ ଦୋକାନ ଦେଇଥିଲେ। ମାପ ଦେବା ବାହାନାରେ ଦୁଇ ଅଭିଯୁକ୍ତ ଦୋକାନରେ ପଶିଥିଲେ। ମାପ ଦେବା ବେଳେ କହ୍ନେୟାଙ୍କ ଉପରେ ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ କହ୍ନେୟାଙ୍କ ମୃତ୍ୟୁ ଘଟିଥିଲା।

   Related Posts