ଦିନ ଆସିବ 'ମୋଦୀ-ମୋଦୀ' ନୁହେଁ 'ଦରବୃଦ୍ଧି-ଦରବୃଦ୍ଧି' ବୋଲି ଚିତ୍କାର କରିବେ: କହ୍ନେୟା କୁମାର

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: କଂଗ୍ରେସ ନେତା କହ୍ନେୟା କୁମାର ଦରବୃଦ୍ଧି ଏବଂ ବେରୋଜଗାରୀକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରକୁ  ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସେ ଦିନ ବେଶି ଦୂର ନୁହେଁ, ଯେବେ ମୋଦୀ-ମୋଦୀ ନାରା ଲଗାଉଥିବା ଲୋକେ ଦରବୃଦ୍ଧି-ଦରବୃଦ୍ଧି ବୋଲି ଚିତ୍କାର କରିବେ। ମଙ୍ଗଳବାର ଭାରତ ଯୋଡୋ ଯାତ୍ରାରେ ସାମିଲ୍ କହ୍ନେୟା କୁମାର ଦେବରିଘାଟରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଯାତ୍ରା ସମୟରେ ଛାତ ଉପରେ ଛିଡା ହୋଇଥିବା କିଛି ଯୁବକ ମୋଦୀ-ମୋଦୀ ନାରା ଦେଇଥିଲେ। ଏହି ଭିଡିଓ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ଜମାରୁ ଚିନ୍ତିତ ନୁହେଁ। ଆମେ ଏହି ଯୁବକଙ୍କୁ ସ୍ଵାଗତ କରୁଛୁ କାରଣ ଆମେ ଜାଣିଛୁ ସେହି ଦିନ ବେଶି ଦୂର ନୁହେଁ ଯେବେ ସେମାନେ ମୋଦୀ-ମୋଦୀ ନୁହେଁ ଦାମ ବଢିଗଲା-ଦାମ ବଢିଗଲା ବୋଲି ଚିତ୍କାର କରିବେ।

କହ୍ନେୟା କୁମାର ବିଜେପି ଦୋମୁହାଁ ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି, ଯେବେ ଛୋଟ ପିଲାମାନେ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଉଛନ୍ତି, ବିଜେପି  ଅଭିଯୋଗ କରୁଛି ମାତ୍ର ଗୁଜରାଟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଛୋଟ ପିଲାଙ୍କ ବ୍ୟବହାର କଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଆମେ ଏସବୁ ଦୃଶ୍ୟ ଦେଖିଛୁ, ଯାହା ଗଣତନ୍ତ୍ର ଇତିହାସରେ କେବେ ଦେଖିନୁ। ଆମେ ଦେଖିଛୁ ଯାହା ଉପରେ ଆଇନ ଶୃଙ୍ଖଳାର ଦାୟିତ୍ଵ ଥିଲା ସେମାନେ ଗୁଣ୍ଡାଗର୍ଦ୍ଦିର କଥା କହୁଥିଲେ।

କହ୍ନେୟା କୁମାର କହିଛନ୍ତି, ଏହା ବହୁତ ଦୁଃଖଦ ଏବଂ ଚିନ୍ତାଜନକ ସ୍ଥିତି ଯଦି ସଂସ୍ଥା ଏମିତି କାମ କରିବ ତେବେ ଦେଶ ପାଇଁ ଏହା ଏକ ଗମ୍ଭୀର ପ୍ରଶ୍ନ ଯେ, ଆମେ ଗଣତନ୍ତ୍ରକୁ ଆଗକୁ କେମିତି ନେଇକି ଯିବା। ଯଦି ୨୭ ବର୍ଷର ବିଜେପି ଏଠାରେ ବିକାଶ କରିଛି ତେବେ ବିକାଶ ଦେଖାଇ କାହିଁକି ଭୋଟ୍ ମାଗୁନି।

୫୦ରୁ ଅଧିକ ବିଧାୟକଙ୍କ ଟିକେଟ୍  କାଟି ଦିଆଗଲା। ଏହାର ଅର୍ଥ ସେମାନେ ଠିକରେ କାମ କରୁନଥିଲେ। ଯଦି ଠିକ୍‌ରେ କାମ କରୁଥିଲେ ତେବେ ଟିକେଟ୍ କାହିଁକି କଟାଗଲା। ମୁଖ୍ୟମନ୍ତ୍ରୀ ତ ପୋଷାକ ପରି ବଦଳି  ଚାଲିଛି। ଭାରତ ଯୋଡୋ ଯାତ୍ରାର ଗୁରୁତ୍ଵକୁ କମ କରିବା ପାଇଁ ବିଜେପିର ଲୋକେ ଜୋତା ଫିତା, ଟି ସାର୍ଟ ପରି ଦାୟିତ୍ଵହୀନ ପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବୋଲି କହ୍ନେୟା କୁମାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.