ମୁମ୍ବାଇ ୧୨/୦୯: ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଫିସକୁ ବେଆଇନ ନିର୍ମାଣ ଅଭିଯୋଗରେ ବିଏମସି ଭଙ୍ଗାରୁଜା କରିଥିଲା। ଏବେ କଙ୍ଗନା କହିଛନ୍ତି ଯେ ଅଫିସକୁ ପୁଣିଥରେ ତିଆରି କରିବା ପାଇଁ ମୋ ପାଖରେ ଟଙ୍କା ନାହିଁ। ସାମାଜିକ ଗଣମାଧ୍ୟମରେ ସେ ଏକଥା ଜଣାଇଛନ୍ତି। ଏଇ କିଛି ଦିନ ହେବ କଙ୍ଗନା ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି ‘ଜାନୁଆାରୀ ୧୫ରେ ଅଫିସ୍ ଖୋଲିଥିଲି। ଏହାର ତୁରନ୍ତ ପରେ ମହାମାରୀ ବ୍ୟାପିଲା। ଅନ୍ୟ ଲୋକଙ୍କ ଭଳି ସେବେଠୁ ମୁଁ ବି କିଛି କାମ କରି ନାହିଁ। ଏହାକୁ ଆଉ ଥରେ ତିଆରି କରିବାକୁ ମୋ ପାଖରେ ଟଙ୍କା ନାହିଁ। ମୁଁ ଏ ଭଙ୍ଗା ଅଫିସରେ ହିଁ କାମ କରିବି। ଜଣେ ନାରୀ ସ୍ବର ଉତ୍ତୋଳନ କରିବାରୁ ଅଫିସ୍ ଭାଙ୍ଗିଦିଆଯାଇଛି, ଅଫସକୁ ଏମିତି ଗୋଟେ ମହିଳା ଅଫିସ ଭାବେ ରଖିବି।’
wp:core-embed/twitter {"url":"https://twitter.com/KanganaTeam/status/1304071986134491143","type":"rich","providerNameSlug":"twitter","className":""} /wp:core-embed/twitterତାଙ୍କର ଏ ଟ୍ବିଟ୍ ଖୁବ୍ ଭାଇରାଲ ହେଉଛି। ତେବେ କଙ୍ଗନା ଓ ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ମଧ୍ୟରେ ବିବାଦ ରାଜନୈତିକ ରୂପ ନେଇଛି। ଗତ ଗୁରୁବାର ଦିନ ସେ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କ ସହ ଅଫିସ୍ ଦେଖିବାକୁ ଯାଇଥିଲେ। ଭଙ୍ଗା ଅଫିସକୁ ଦେଖି ସେ ଦୁଃଖ ପ୍ରକାଶ କରିଥିଲେ। ତେବେ କଙ୍ଗନାଙ୍କ ଅଫିସକୁ ବିଏମସି ଭାଙ୍ଗିବା ପରେ ସବୁ ମହଲରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ତୀବ୍ର ସମାଲୋଚନା କରାଯାଉଛି।