ଫାଣ୍ଡି ଭିତରେ ଚାଲିଛି କଙ୍ଗାରୁ କୋର୍ଟ, ମାମଲାର ଫଇସଲା ଶୁଣାଉଛନ୍ତି ପୋଲିସ୍‌ ବାବୁ, ସଙ୍ଗେ ସଙ୍ଗେ ମିଳୁଛି ଦଣ୍ଡ

Published By : Prameya-News7 Bureau | June 13, 2022 IST

ସମ୍ୱଲପୁର, ୧୩/୦୬: ବୁର୍ଲା ମେଡିକାଲ ଫାଣ୍ଡିରେ ଚାଲିଛି ବାବୁରାଜ୍  ଓ କଙ୍ଗାରୁ କୋର୍ଟ । କିଏ ଦଣ୍ଡ ପାଇବ, କିଏ ଦୋଷୀ, କି ଦଣ୍ଡ ମିଳିବ ସେ ସବୁ ଫଇସଲା କରୁଛନ୍ତି ବାବୁ । କୋର୍ଟ କଚେରୀ ଯାଏଁ ଯିବା ଆବଶ୍ୟକ ନାହିଁ । ଫାଣ୍ଡି ଭିତରେ ପୁଣି ଫଇସଲା ଅନ୍ ଦ ସ୍ପଟ । ଏଭଳି ଏକ ଭିଡିଓ ନ୍ୟୁଜ୍‌ ସେଭେନ୍‌ ଟିମ୍‌ ହାତରେ ଲାଗିଛି । ଜଣେ ଯୁବତୀ କିଭଳି ଭାବରେ ପୋଲିସ ଉପସ୍ଥିତିରେ ଜଣେ ଯୁବକଙ୍କ ଗାଲକୁ ଚାପୁଡ଼ା ସେକି ଦେଉଛନ୍ତି ତାହା ଏଥିରେ ଦେଖିବାକୁ ମିଳୁଛି ।

ଯୁବକ ଜଣକ ଯୁବତୀଙ୍କ ଗୋଡ ଧରି ନିଜ ଭୁଲ ମାଗୁଛନ୍ତି । ଥରେ ନୁହେଁ ବାବୁଙ୍କ କହିଲା ପରେ ଆଉ ଥରେ ଭୁଲ ମାଗୁଛନ୍ତି । ହେଲେ ଯୁବତୀ ଜଣକ ସର୍ବ ସମ୍ମୁଖରେ ଫାଣ୍ଡି ଭିତରେ ଯୁବକଙ୍କୁ ସେକି ଦେଉଛନ୍ତି । ଏତିକିରେ ମାମଲା ରଫାଦଫା । ତେବେ ପ୍ରଶ୍ନ ଉଠୁଛି, ମାନବ ଅଧିକାର ଉଲ୍ଲଂଘନ କରି ଏଭଳି କଙ୍ଗାରୁ କୋର୍ଟ କରିବାକୁ ଦୁଇ ପୋଲିସ ବାବୁଙ୍କୁ ଅଧିକାର ଦେଲା କିଏ ? ଏହି ଭିଡିଓରେ ବୁର୍ଲା ଥାନାର ଏସଆଇ ଅମର ହୋଓ ଓ ଏସଆଇ ମୁନ୍ନା ପାଢୀ ସ୍ପଷ୍ଟ ନଜର ଆସୁଛନ୍ତି । ସାଦା ପୋଷାକରେ ବସିଥିବା ବାବୁ ଜଣକ ଅମର ହୋତା ହୋଇଥିବା ବେଳେ ଖାକି ପିନ୍ଧା ବାବୁ ଜଣକ ମୁନ୍ନା ପାଢୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.