ବାରିପଦାରେ କଙ୍ଗାରୁକୋର୍ଟ, ମୋବାଇଲ ଚୋରି ଅଭିଯୋଗରେ ନିସ୍ତୁକ ମାଡ଼ ସହ ୨ କିମି ଚଲାଇଲେ ଗାଁଲୋକେ

Published By : Prameya-News7 Bureau | August 21, 2022 IST

ବାରିପଦା ୨୧।୦୮ : ବାରିପଦା ସହରରେ କଙ୍ଗାରୁକୋର୍ଟ। ମୋବାଇଲ ଚୋରି ଅଭିଯୋଗ କରି ଜଣେ ଯୁବକକୁ ନିସ୍ତୁକ ମାଡ଼ ମାରିବା ସହିତ ଦୁଇ ହାତକୁ ଦଉଡ଼ିରେ ବାନ୍ଧି ୨ କିଲୋମିଟର ଚଳାଇଲେ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ରଘୁନାଥପୁର ଅଞ୍ଚଳରେ।

ଖବର ଅନୁଯାୟୀ, ମୋବାଇଲ ଚୋରି କରିଥିବା ସନ୍ଦେହ କରି ଜଣେ ଯୁବକକୁ ଧରିଥିଲେ ଲୋକେ। ସଂଘବଦ୍ଧ ହୋଇ ଅଭିଯୁକ୍ତ ଯୁବକକୁ ନିର୍ଘାତ ପିଟିଥିଲେ। ଏଥିରେ ସଂପୃକ୍ତ ଯୁବକର ମୁହଁ ଫାଟି ଯାଇଥିଲା। ସେତିକିରେ ରାଗ ଶାନ୍ତ ହୋଇନଥିଲା। ଯୁବକର ୨ହାତକୁ ଦଉଡ଼ିରେ ବାନ୍ଧି ରାସ୍ତାରେ ୨କିଲୋମିଟର ଚଲାଇଥିଲେ। ରାଜରାସ୍ତାରେ ଯୁବକକୁ ଚଲାଇ ଚଲାଇ ନେବା ବେଳେ ପୋଲିସ ପହଞ୍ଚିଥିଲା। ପୋଲିସ ଯୁବକକୁ ଥାନାକୁ ନେଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକ ଜଣକ ଚୋରି ଘଟଣାକୁ ଖଣ୍ଡନ କରିଛନ୍ତି। ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.