vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ନୟାଗଡ଼ରେ କଙ୍ଗାରୁ କୋର୍ଟ

14/08/2018 at 10:56 AM

ନୟାଗଡ଼ ୧୪/୮ : ନୟାଗଡ ଜିଲ୍ଲାରେ କଙ୍ଗାରୁ କୋର୍ଟ ଘଟଣା ଥମିବାରେ ନଁ। ଧରୁନି । ଗଁ।ର କିଛି ମୁଷ୍ଟିମେୟ ଲୋକ ଆଇନକୁ ଖାତିର ନକରି ନିଜର ରାୟ ଶୁଣାଇବା ସହ ନିରିହଙ୍କ ଉପରେ ଜୁଲୁମ୍ କରୁଛନ୍ତ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଟାମାଟି ଥାନା ଲାଠିପଡା ଗଁ।ରେ ।
ଘର ମୁଖ୍ୟ ଦ୍ୱାର ଆଗରେ ପଡିଛି ଅଇଁଠା ଖଲି ସମେତ ବିଭିନ୍ନ ପଚା ପରିବା । ଏପରିକି ମଣିଷ ମଳ ମଧ୍ୟ ପଡିଛି । ଗଁ।ର ନିଷ୍ପତ୍ତିକୁ ନମାନିବାର ଇଏ ହେଉଛି ପରିଣାମ । ନୟାଗଡ ଜିଲ୍ଲା ଇଟାମାଟି ଥାନା ଲାଠିପଡା ଗଁ।ରେ ଆଜି ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଲାଠିପଡା ଡେରା ସାହିରେ ସୁରେନ୍ଦ୍ର ଦାଶ ନିଜ ପରିବାର ସହ ରୁହନ୍ତି । ଗତ ଫେବୃଆରୀ ମାସରେ ସାହିରେ ସଭା ବସିଥିବାବଳେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ମାଡ ମାରିଥିଲେ । ଏହାକୁ ବିରୋଧ କରିବାରୁ ସୁରେନ୍ଦ୍ରଙ୍କୁ ମଧ୍ୟ ମାଡ ମରାଯାଇଥିଲା । ଗଁ। ସଭାରେ ଆପତ୍ତି କରିଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ସୁରେନ୍ଦ୍ର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ସାହିରୁ ବାଛନ୍ଦ କରାଯାଇଥିଲା । ସବୁ ସମୟରେ ତାଙ୍କ ଘର ଉପରକୁ ଟେକାପଥର ମାଡ କରାଯିବା ସହ ସାହିର କିଛି ଲୋକ ଅଜଥାରେ ଗାଳିଗୁଲଜ କରିଆସୁଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଘର ସମ୍ମୁଖରେ ଥିବା ପାଣି ଟ୍ୟାପକୁ ମଧ୍ୟ ସାହି ଲୋକ ଭାଙ୍ଗି ଦେଇଥିଲେ । ଗତକାଲି ସାହିର କିଛି ଯୁବକ ତାଙ୍କ ଘର ଉପରକୁ ପଚା ପନିପରିବା ଫିଙ୍ଗିଥିଲେ ଯାହାକି ସୁରେନ୍ଦ୍ରଙ୍କ ବାପାଙ୍କ ଦେହରେ ବାଜିଥିଲା । ସେ ଏହାକୁ ବିରୋଧ କରିବାରୁ ପୁଣି ସେମାନେ ଘର ଉପରକୁ ଗୋବର ଏବଂ ବିଭିନ୍ନ ପଚା ଜିନିଷ ଫିଙ୍ଗିଥିଲେ । ଆଜି ସକାଳୁ ପରିବାର ଲୋକ ବାହାରକୁ ଆସିବାବେଳକୁ ବାରଣ୍ଡାରେ ମଣିଷ ମଳ ସହ ଅଇଁଠା ଖଲି ଏବଂ ଖାଦ୍ୟ ଜିନିଷ ପଡିଥିବା ଦେଖିଥିଲେ । ଏ ସମ୍ପର୍କରେ ସୁରେନ୍ଦ୍ର ଇଟାମାଟି ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି ।
ଗତକାଲିର ଘଟଣା ପରେ ସୁରେନ୍ଦ୍ର ସ୍ଥାନୀୟ ସରପଞ୍ଚଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ସରପଞ୍ଚଙ୍କ ସ୍ବାମୀ ସାହିଲୋକଙ୍କୁ ତାଗିଦ୍ କରିଥିଲେ । ହଲେ ଫଳ ହେଲା ଓଲଟା । ତବେ ଘଟଣାକୁ ନିନ୍ଦା କରିବା ସହ ଶାନ୍ତି କମିଟି ଗଠନ କରାଯାଇ ଏହାର ଶିଘ୍ର ସମାଧାନ କରାଯିବ ବୋଲି ସରପଞ୍ଚ କହିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ମାମାଲା ରୁଜୁ କରାଯାଇ ତଦ’ ଆରମ୍ଭ ହୋଇଥିବା ଥାନାଅଧିକାରୀ କହିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

   Related Posts