କନ୍ଧମାଳ ଡାଙ୍ଗୁଲୁ ଗାଁରେ କଙ୍ଗାରୁ କୋର୍ଟ ; ଟଙ୍କା ପାଇଁ ଗାଁରୁ ବାସନ୍ଦ ପରିବାର

Published By : Prameya-News7 Bureau | September 12, 2018 IST

କନ୍ଧମାଳ ୧୨|୯: ଟଙ୍କା ପାଇଁ ଗାଁରୁ ବାସନ୍ଦ ପରିବାର । କନ୍ଧମାଳ ଡାଙ୍ଗୁଲୁ ଗାଁରେ କଙ୍ଗାରୁ କୋର୍ଟ । ୬ ଲକ୍ଷ ଟଙ୍କା ପାଇଁ ସନ୍ତୋଷ ବାରିକଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହିତ ଗାଁରୁ ତଡ଼ିଦେଇଥିବା ଅଭିଯୋଗ ହୋଇଛି । ୩ ମାସ ହେଲା ସନ୍ତୋଷଙ୍କ ପରିବାର ଲୋକ ଅସହାୟ ଅବସ୍ଥାରେ ବୁଲୁଛନ୍ତି । ଘଟଣା ନେଇ ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସନ୍ତୋଷଙ୍କ ପରିବାରକୁ ନ୍ୟାୟ ମିଳିନଥିବା ଅଭିଯୋଗ ହୋଇଛି । ତିନି ମାସ ତଳେ ସନ୍ତୋଷଙ୍କ ପୁଅ କାହ୍ନୁ ଚରଣ ତାର ସାଙ୍ଗ ସୋମନାଥ ଭୁକ୍ତା ସହିତ କୌଣସି କାମରେ ଯାଇଥିଲେ । ସେମାନେ ଫେରିବା ବେଳେ ବାଇକ୍ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସୋମନାଥଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ପୋଲିସ କାହ୍ନୁଙ୍କୁ ମଧ୍ୟ ଗିରଫ କରିଥିଲା । ତେବେ ସୋମନାଥଙ୍କୁ କାହ୍ନୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ସୋମନାଥଙ୍କ ପରିବାର ଲୋକ। ଏହା ସହିତ କାହ୍ନୁଙ୍କ ବାପାମାଆଙ୍କୁ ଆକ୍ରମଣ କରିବା ସହିତ ୬ ଲକ୍ଷ ଟଙ୍କା ଦେବାକୁ ଦାବି କରିଛି ଗ୍ରାମ୍ୟ କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.