ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ କଙ୍ଗନାଙ୍କ ପୋଷ୍ଟ, କହିଲେ ଏହା ହତ୍ୟା

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଳୀ, ୨୮/୧୨: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ଏବେବି ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ତୁନିଶା ସହ ଅଭିନେତା ଶୀଜାନଙ୍କ ସହ ବ୍ରେକ୍‌ଅପ୍ ପରଠାରୁ ଚିନ୍ତିତ ଥିଲେ। ଆଉ ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ପୂର୍ବତନ ବଏଫ୍ରେଣ୍ଡ୍ ଶୀଜାନ ଖାନ୍‌ଙ୍କୁ ଗିରଫ କରି ମୁମ୍ବାଇ ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି। ଏବେ ଏହି ମାମଲାରେ କଙ୍ଗନା ରଣାଓ୍ବତଙ୍କ ବୟାନ ସାମ୍ନାକୁ ଆସିଛି।

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତୁନିଶା ଶର୍ମାଙ୍କ ମୃତ୍ୟୁ ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ’ତୁନିଶାଙ୍କ ମୃତ୍ୟୁ ଏକ ହତ୍ୟା। କଙ୍ଗନା ଇନଷ୍ଟାଗ୍ରାମରେ ଏନେଇ ପୋ​‌ଷ୍ଟ ସେୟାର କରିଛନ୍ତି, ସେ କହିଛନ୍ତି ଜଣେ ମହିଳା ସବୁକିଛି ସହିପାରେ, ପ୍ରେମ,  ବିବାହ, ସମ୍ପର୍କ ଏମିତିକି ପ୍ରିୟଜନଙ୍କୁ ହରାଇପାରେ। କିନ୍ତୁ କେବେବି ସେ ଏହା ସହିପାରିବନାହିଁ ଯେ ତାଙ୍କ ପ୍ରେମ କାହାଣୀରେ ପ୍ରେମ ନଥିଲା। ଅନ୍ୟ ବ୍ୟକ୍ତିଙ୍କ ପାଇଁ ତାଙ୍କ ଭଲପାଇବା ଦୁର୍ବଳତା ଶୋଷଣ କରିବା ପାଇଁ କେବଳ ଏକ ମାଧ୍ୟମ ଥିଲା। ’

କଙ୍ଗନା ଆହୁରି ଲେଖିଛନ୍ତି ’ତାଙ୍କର ସବୁ ଅନୁଭବ ଯାହାକୁ ସେ ପ୍ରେମ ଭାବୁଥିଲେ, ସବୁ ସ୍ବପ୍ନ, ବାସ୍ତିବକତା, କଳ୍ପନା ଗୋଟିଏ କ୍ଷଣରେ ଧୂଳିସାତ୍ ହୋଇଯାଇଥିବ। ସେ ବୁଝିପାରିନଥିବେ କାହା ଉପରେ ବିଶ୍ବାସ କରିବେ କାହା ଉପରେ ନୁହେଁ। ଏହି ସ୍ଥିତିରେ ମଣିଷ ଜୀବନ-ମରଣ ମଧ୍ୟରେ ଫରକ ଜାଣିପାରେ ନାହିଁ। ଜୀବନ ଆମର ଧାରଣା ହିଁ ଅଟେ ଏବଂ ଯଦି ସେ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏହା ଜାଣିନିଅନ୍ତୁ ଯେ ସେ ଏକାକୀ ଏମିତି କରିନାହାଁନ୍ତି... ଏହା ଏକ ହତ୍ୟା।’

ସେ ଆହୁରି କହିଛନ୍ତି ’ବୈଧ କାରଣ ନରଖି କୌଣସି ମହିଳାଙ୍କ ଠାରୁ ହଠାତ୍ ବ୍ରେକ୍‌ଅପ୍ କରିବା ଦଣ୍ଡନୀୟ ଅପରାଧ ବୋଲି ଧରାଯିବ ଦରକାର। ସହମତି ବିନା ବହୁବିବାହ, ଏସିଡ୍ ଆଟାକ୍ କରୁଥିବା ଏବଂ ଖଣ୍ଡ ଖଣ୍ଡ କରୁଥିବା ବ୍ୟକ୍ତିଙ୍କୁ ବିନା ମକଦ୍ଧମାରେ ଫାସୀ ଦେବା ଦରକାର।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.