'ବିଜେପି ମୋତେ ଟିକେଟ୍ ଯାଚିଥିଲା, କିନ୍ତୁ ରାଜନୀତିରେ ଇଚ୍ଛା ନାହିଁ,' ଏପରି କହି ଟ୍ରୋଲରଙ୍କୁ ଜବାବ୍ ଦେଲେ କଙ୍ଗନା

Published By : Prameya-News7 Bureau | August 15, 2020 IST

ମୁମ୍ବାଇ, ୧୫|୦୮:  ସଦାବେଳେ ବିବାଦ ଓ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ହେଉ ବା ବଲିଉଡ୍ ମାଫିଆ ଆଦି ପ୍ରସଙ୍ଗରେ ସେ ଚର୍ଚ୍ଚାରେ ରହିଥିଲେ । ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କାହିଁକି ଏବଂ କିପରି ସୁଶାନ୍ତ ସିଂ ରାଜପୁତ ଏକଲା ଅନୁଭବ କରିଥିଲେ ଓ ତାଙ୍କ କଣଠେସା କରାଯାଇଥିଲା କହିଥିଲେ । ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଓ ଦେଶକୁ ଆଗକୁ ନେବାର ଭୂମିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

wp:html /wp:html

ସ୍ପଟବୟର ରିପୋର୍ଟ ଅନୁସାରେ,  ନିକଟରେ ସୋସିଆଲ ମିଡିଆରେ ଅନେକ ୟୁଜର କଙ୍ଗନାଙ୍କୁ ମୋଦୀଙ୍କୁ ସମର୍ଥନ ପ୍ରସଙ୍ଗରେ ଟ୍ରୋଲ୍ କରିଥିଲେ । ରାଜନୀତିରେ ଯୋଗ ଦେବାକୁ ଇଚ୍ଛା ରଖିଥିବାକୁ କଙ୍ଗନା ମୋଦୀଙ୍କୁ ପ୍ରଶଂସା କରିଥିବା କିଛି ୟୁଜର କହିଥିଲେ । ଏବେ କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ, ବିଜେପି ତାଙ୍କୁ ଟିକେଟ୍ ଯାଚିଥିଲା । ତାଙ୍କ ଜେଜେ ବାପା ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସ ବିଧାୟକ ରହିଥିଲେ । କିନ୍ତୁ ସେ ରାଜନୀତିରେ ରୁଚି ରଖନ୍ତି ନାହିଁ ।  ସେ ନିଜ କାମରେ ହିଁ ଫୋକସ କରିବେ ବୋଲି କହିଛନ୍ତି । ଏହାସହ ସେ ସ୍ୱାଧିନ ଚିନ୍ତାଧାରରେ ବିଶ୍ୱାସ ରଖନ୍ତି ବୋଲି ମଧ୍ୟ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.