କଙ୍ଗନା ରଣୱାତଙ୍କ ବିରୋଧରେ ମଣ୍ଡିରୁ ନିର୍ବାଚନ ଲଢିବେ ବିକ୍ରମାଦିତ୍ୟ, ମାଆ ପ୍ରତିଭା ସିଂଙ୍କ ଘୋଷଣା

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମଣ୍ଡି ଆସନରୁ କଂଗ୍ରେସ ଟିକଟରେ ବିକ୍ରମାଦିତ୍ୟ ସିଂ ନିର୍ବାଚନ ଲଢିବେ । ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଏହି ଘୋଷଣା କରିଛନ୍ତି । ପାର୍ଟି ପକ୍ଷରୁ ଆନୁଷ୍ଠାନିକ ଭାବେ ନାଁ ଘୋଷଣା ବାକି ରହିଛି ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ମଧ୍ୟ ଏହାର ସଂକେତ ଦେଇଛନ୍ତି । ଦିଲ୍ଲୀରେ ସିଇସିର ବୈଠରେ ବିକ୍ରମାଦିତ୍ୟଙ୍କ ନାଁ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡିଛି । ସିଏମ୍ ସୁଖୁ କହିଛନ୍ତି ଯେ ମଣ୍ଡିରୁ ଆମକୁ ଯୁବ ନେତା ମିଳିବ, ଏହା ନିଶ୍ଚିତ । ଅନ୍ୟପଟେ ପ୍ରତିଭା ସିଂ କହିଛନ୍ତି ଯେ ବିକ୍ରମାଦିତ୍ୟ ସିଂଙ୍କୁ ଟାଣୁଆ ପ୍ରାର୍ଥୀ ବୋଲି ବିଚାର କରାଯାଇଛି । ବର୍ତ୍ତମାନ ସମୟରେ ପ୍ରତିଭା ସିଂ ଏହି ଆସନରୁ ସାଂସଦ ଅଛନ୍ତି ।

'ଆଗାମୀ କିଛି ବର୍ଷରେ ଡାୟନାସୋର ପରି ବିଲୁପ୍ତ ହୋଇଯିବ କଂଗ୍ରେସ', ରାଜନାଥ ସିଂଙ୍କ ବଡ଼ ହମଲା

ପ୍ରତିଭା ସିଂ କହିଛନ୍ତି, 'କଙ୍ଗନା କ'ଣ କହୁଛନ୍ତି ତାର ଆମ ଉପରେ କୌଣସି ଫରକ ପଡ଼ିବ ନାହିଁ । ମଣ୍ଡିର ଲୋକ ସବୁବେଳେ ଆମ ସହ ଅଛନ୍ତି । ମୁଁ କଠିନ ପରିସ୍ଥିତିରେ ମଧ୍ୟ ଆସନ ଜିତିଛି ।' କଂଗ୍ରେସ ଅଧ୍ୟକ୍ଷ ଏବଂ ବିକ୍ରମାଦିତ୍ୟ ସିଂଙ୍କ ମାଆ ପ୍ରତିଭା ସିଂ ନିର୍ବାଚନ ଦୌଡ଼ରୁ ବାହାରେ ରହିବା ନେଇ ନିଷ୍ପତ୍ତି ଘୋଷଣା କରିଥିଲେ । ଏବେ ସେ ଏହି ଆସନରେ ତାଙ୍କ ପୁଅଙ୍କୁ ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି ।

ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ପ୍ରାର୍ଥୀ ଘୋଷଣା ହେବା ପରେ କଙ୍ଗନା ନିଜର ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ କଥା ବୁଝୁଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇ ନାହିଁ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.