ସ୍ଵତନ୍ତ୍ର ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ କଙ୍ଗନା, ପୋଷ୍ଟରେ ଲେଖିଲେ ଏମିତି…

Published By : Prameya-News7 Bureau | September 17, 2022 IST

ନୂଆଦିଲ୍ଲୀ ୧୭।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀ ମୋଦୀ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ବଲିଉଡର ସେଲିବ୍ରେଟମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡର କୁଇନ୍‌ କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ଯାହାର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଉଥିବାର ନଜର ଆସିଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି- 'ଶୁଭ ଜନ୍ମଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ'। 'ପିଲାଦିନେ ରେଳ ପ୍ଲାଟଫର୍ମରେ ଚା ବିକ୍ରୟ କରିବା ଠାରୁ ଆରମ୍ଭ କରି ଏହି ଗ୍ରହର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହେବା ପର୍ଯ୍ୟନ୍ତ କି ଅବିଶ୍ୱସନୀୟ ଯାତ୍ରା।'

{"width":584,"height":1049}

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସମୟରେ କଙ୍ଗନା ଆହୁରି ଲେଖିଛନ୍ତି- 'ଆମେ ଆପଣଙ୍କୁ ଦୀର୍ଘାୟୁ ଜୀବନ କାମନା କରୁଛୁ। କିନ୍ତୁ ରାମଙ୍କ ପରି କୃଷ୍ଣଙ୍କ ପରି, ଗାନ୍ଧୀଙ୍କ ପରି ଆପଣ ମଧ୍ୟ ଅମର ଅଟନ୍ତି। ତୁମର ଉତ୍ତରାଧିକାରୀ କେହି ବି ଲିଭାଇ ପାରିବେ ନାହିଁ, ସେଥିପାଇଁ ମୁଁ ଆପଣକୁ ଅବତାର ବୋଲି କହୁଛି ... ଆପଣଙ୍କୁ ଆମେ ଆମରନେତା ଭାବରେ ପାଇଥିବାରୁ ଆମେ ଆଶୀର୍ବାଦପ୍ରାପ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.