ଚନ୍ଦ୍ରମୁଖୀ ହୋଇ ଦର୍ଶକଙ୍କୁ ଡରାଇବେ କଙ୍ଗନା, କନଫର୍ମ କଲେ ନୂଆ ଫିଲ୍ମର ନାଁ'

Published By : Prameya-News7 Bureau | December 11, 2022 IST

ମୁମ୍ଵାଇ ୧୧।୧୨: ବଲିଉଡର କ୍ଵିନ୍‌ ତଥା ବିବାଦୀୟ ରାଣୀ କଙ୍ଗନା ରଣାୱତ। ସେ ବର୍ତ୍ତମାନ ତାଙ୍କ ନୂଆ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ-୨ ରେ ଦେଖିବାକୁ ମିଳିବ। ଏନେଇ ଲାୟକା ପ୍ରଡକ୍ସନ୍ ହାଉସ୍ ଏହା ଘୋଷଣା କରିଛି। କଙ୍ଗନାଙ୍କ ଏକ ଫଟୋ ସେୟାର କରି ସେ ତାଙ୍କୁ ଏହି ଫିଲ୍ମରେ ସ୍ୱାଗତ କରିଛି। ୨୦୦୫ରେ ରିଲିଜ୍ ହୋଇଥିବା ରଜନୀକାନ୍ତଙ୍କ ଭୟଙ୍କର-କମେଡି 'ଚନ୍ଦ୍ରମୁଖୀ'ର ସିକ୍ୱେଲ୍। ଯାହା ବକ୍ସ ଅଫିସରେ ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଥିଲା ।

'ଚନ୍ଦ୍ରମୁଖୀ ୨'ରେ ରାଘବ ଲରେନ୍ସଙ୍କ ବିପକ୍ଷରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ କଙ୍ଗନା ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ। ଯିଏ କି ରାଜାଙ୍କ ଦରବାର ଅର୍ଥାତ୍‌ ଦ୍ଵାରରେ ନାଚିବା ପାଇଁ କାମ କରନ୍ତି। ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କଙ୍ଗନା କିଛି ସମୟ ପାଇଁ ଦକ୍ଷିଣ ଚଳଚ୍ଚିତ୍ର ଶିଳ୍ପ ଆଡକୁ ମୁହାଁଇଛନ୍ତି। ଏହାପୂର୍ବରୁ ସେ ତାମିଲନାଡୁର ପୂର୍ବତନ ସିଏମ ଜୟଲଳିତାଙ୍କ ବାୟୋପିକ 'ଥଲାଇଭା'ରେ କାମ କରିଥିଲେ । ଯେଉଁଥିରେ ତାଙ୍କ ଅଭିନୟ ଦର୍ଶକ ବହୁତ ପସନ୍ଦ କରିଥିଲେ। ହେଲେ ରୋଜଗାର ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଶେଷ କିଛି ପ୍ରଦର୍ଶନ କରିପାରି ନଥିଲା।

କହିବାକୁ ଗଲେ କଙ୍ଗନା ନିକଟରେ ଫିଲ୍ମ ଏମର୍ଜନସିର ସୁଟି ସେଡ୍ୟୁଲ ସବୁସମାପ୍ତ ହୋଇଛି। ସେ ଏହାକୁ ନିଜେ ନିର୍ଦ୍ଦେଶନା ଦେଉଛନ୍ତି। ଏହା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନରେ ଅନୁପ୍ରାଣିତ । ଏହା ଏକ ରାଜନୈତିକ -ଡ୍ରାମା ଚଳଚ୍ଚିତ୍ର । 'ଏମର୍ଜନସି' ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.