ମୁମ୍ଵାଇ; ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ବଲିଉଡରେ ଜଣେ ଫ୍ୟାମିଲ ମ୍ୟାନ ଭାବେ ପରିଚିତ। କିନ୍ତୁ ଯୁବାବସ୍ଥାରେ ପ୍ରେମ ବ୍ୟାପାରକୁ ନେଇ ସେ ଚର୍ଚ୍ଚାରେ ଥିଲେ। କିନ୍ତୁ ବିବାହ ପରେ ସେ ନିଜ ପରିବାର ଏବଂ ପିଲାମାନଙ୍କ ସହିତ ସୁଖମୟ ଜୀବନ ଅତିବାହିତ କରୁଛନ୍ତି। ତଥାପି ତାଙ୍କ ଜୀବନରେ ଏମିତି ଏକ ଝଡ ଆସିଥିଲା ଯେତେବେଳେ କଙ୍ଗନାଙ୍କ ସହ ତାଙ୍କ ନାଁ ଯୋଡ଼ି ହୋଇ ଯାଇଥିଲା। ଏହି ସମ୍ପର୍କ ତାଙ୍କ ପରିବାରକୁ ବି ଆଘାତ ଦେଇଥିଲା। ଅଜୟ ସେହି ସମୟରେ ନିଜକୁ ନିୟନ୍ତ୍ରଣ କରି ବିବାଦରୁ ଦୂରେଇ ରଖିଥିଲେ।
ଅଜୟ ଏବଂ କଙ୍ଗନାଙ୍କ ସମ୍ପର୍କ
ଆଦୟନ ସୁମନଙ୍କ ସହ ବ୍ରେକଅପ୍ କରିବା ପରେ କଙ୍ଗନା ଅଜୟଙ୍କ ଆଡ଼େ ଢଳିଥିଲେ। ସେହି ସମୟରେ ଦୁହେଁ ଏକାଠି ମୁମ୍ବାଇରେ ଫିଲ୍ମ ପାଇଁ ସୁଟିଂ କରୁଥିଲେ। ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା। କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯେ 'ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରଖିବା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ଥିଲା।
କଙ୍ଗନାଙ୍କୁ ଅନେକ ଚଳଚ୍ଚିତ୍ରର ଅଫର ମିଳିଥିଲା
ଏହି ଖବର ଆସିଥିଲା ଯେ ଅଜୟ ଅନେକ ଚଳଚ୍ଚିତ୍ର ପାଇଁ କଙ୍ଗନାଙ୍କ ନାମ ଆଗକୁ ବଢାଇଥିଲେ। ଯେଉଁଥିରେ ତେଜ ଏବଂ ରାସ୍କାଲ ଭଳି ଚଳଚ୍ଚିତ୍ର ସାମିଲ। ଉଭୟ ଏହି ଚଳଚ୍ଚିତ୍ରରେ ଏକାଠି ମିଶି କାମ କରିବା ପରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଚାଲିଥିବା ଚର୍ଚ୍ଚା ହୋଇଥିଲା । କେବଳ ଏତିକି ନୁହେଁ, କୁହାଯାଉଥିଲା ଅଜୟ ପ୍ରତିଦିନ ସକାଳେ ଅଭିନେତ୍ରୀଙ୍କୁ ନିଦରୁ ଉଠାଉଥିଲେ ଏବଂ ଦୁହେଁ ଏକାଠି ସେଟକୁ ଯାଉଥିଲେ।
ନିଶା ଯୋଗୁଁ କଙ୍ଗନା ତାଙ୍କ ହାତ କାଟିବାକୁ ଯାଉଥିଲେ
କଙ୍ଗନା ଅଜୟଙ୍କ ପ୍ରେମରେ ଏତେ ବୁଡି ରହିଥିଲେ ଯେ ସେ ନିଜର ସବୁ ସୀମା ଲଙ୍ଘି ଯାଇଥିଲେ। ଦିନେ ସୁଟିଂ ସରିବା ପରେ ଯେତେବେଳେ ଅଜୟ ତାଙ୍କ ହୋଟେଲ ରୁମକୁ ଯାଉଥିଲେ ସେହି ସମୟରେ କଙ୍ଗନା ନିଶାରେ ତାଙ୍କ ରୁମକୁ ଯାଇଥିଲେ। ଅଭିନେତ୍ରୀ ଏତେ ମଦ୍ୟପାନ କରିଥିଲେ ଯେ ଠିଆ ହେବାକୁ ସକ୍ଷମ ନଥିଲେ। ସେ ଅଜୟଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ସମ୍ପର୍କ ପାଇଁ କିଛି ନ କରନ୍ତି, ତେବେ ସେ ତାଙ୍କ ହାତ କାଟିଦେବେ ଏବଂ ସେହି ସମୟରେ ଅଜୟ କଙ୍ଗନାଙ୍କୁ ସମ୍ଭାଳି ଥିଲେ । ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢିଥିଲା।
କାଜଲ ଅଜୟଙ୍କୁ ଧମକ ଦେଇଥିଲେ
ଯେତେବେଳେ ଅଜୟ ଏବଂ କଙ୍ଗନାଙ୍କ ସମ୍ପର୍କର ଖବର କାଜଲ ଜାଣିଲେ, ସେ ଅଜୟଙ୍କୁ ସିଧାସଳଖ ଧମକ ଦେଇଥିଲେ । ସେ ଅଜୟଙ୍କୁ କହିଥିଲେ ଯଦି ସେ କଙ୍ଗନାଙ୍କ ସହ କାମ କରନ୍ତି ତେବେ ସେ ତାଙ୍କୁ ଛାଡି ଦେବେ ଓ ପିଲାମାନଙ୍କୁ ନେଇକି ଚାଲିଯିବେ। ଏହା ପରେ ଅଜୟ ତାଙ୍କ ପରିବାରକୁ ଅଗ୍ରାଧିକାର ଦେବା ସହ କଙ୍ଗନାଙ୍କଠୁ ଦୂରେଇ ଯାଇଥିଲେ।