oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ପୂରଣ ହେଲା ଇଚ୍ଛା, ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌

19/02/2021 at 8:07 AM

ପୁରୀ ୧୯।୦୨: ସେତେବେଳେ ଥିଲା ଇଚ୍ଛା, ଏବେ ହେଲା ପୂରଣ । ଆଶା କରିଥିଲେ ଜଗାଙ୍କୁ ଦେଖିବାକୁ , ଏବ ସତ ହେଲା ସ୍ୱପ୍ନ । ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ । କଡ଼ା ସୁରକ୍ଷା ବଳୟରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏହି ବଲିଉଡ଼୍‌ ଅଭିନେତ୍ରୀ ।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ସେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ମଙ୍ଗଳ ଆଳତି ଦର୍ଶନ କରିବା ସହ ଶ୍ରୀମନ୍ଦିର ବେଢା ପରିକ୍ରମା କରିଛନ୍ତି କଙ୍ଗନା । ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି କଙ୍ଗନା। ଭୁବନେଶ୍ବରରୁ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ କୁଇନ୍ ।

ଆଜି ସକାଳୁ ପୁରୀ ସମୁଦ୍ରକୂଳ ନିକଟସ୍ଥ ଏକ ଘରୋଇ ତାରକା ହୋଟେଲରୁ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ସହ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସିଆରପିଏଫ ପକ୍ଷରୁ ୱାଇ ବର୍ଗର ସୁରକ୍ଷା ସହ ଓଡିଶା ପୁଲିସ ପକ୍ଷରୁ ତାଙ୍କୁ କର୍ଡନ କରାଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସେଠାରେ କଙ୍ଗନାଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ସ୍ୱାଗତ କରିଥିଲେ। କଙ୍ଗନା କହିଛନ୍ତି ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସେ ଚାହୁଁଥିଲେ ଯାହା ଆଜି ପୂରଣ ହୋଇଛି ।

ସୁଶାନ୍ତ ସିଂହ ରାଜପୁତ୍ ଘଟଣାରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଫିଲ୍ମ ଫେୟାର ଆୱାର୍ଡ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଅନେକ ଚଳଚ୍ଚିତ୍ରରେ ପୁରଷ୍କାର କଙ୍ଗନା ପାଇଛନ୍ତି । କଙ୍ଗନା ତାଙ୍କ ସଂଘର୍ଷମୟ ଜୀବନ ମୁମ୍ବାଇରେ ଆରମ୍ଭ କରି ବେଶ୍ ସଫଳତା ପାଇଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଧନ୍ୟ ମନେ କରୁଛି ବୋଲି କହିଛନ୍ତି କଙ୍ଗନା । ଏହି ଅବସରରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ଓ ସେ ସେହି ଫଟୋକୁ ହାତରେ ଧରି ଫଟୋ ଉଠାଇଥିଲେ। ସେ ଆଜି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ମାସରେ କରୋନା କଟକଣା ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଖୋଲିଥିଲା । ପ୍ରାୟ ୮ରୁ୯ମାସ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିଥିଲା । ତେବେ ସେହି ସମୟରେ ବଲିଉଡ଼୍‌ ଅଭିନେତ୍ରୀ ଏକ ଟ୍ୱିଟ୍‌ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ନିଜର ଇଚ୍ଛା ଜାହିର କରିଥିଲେ ।

ଏହା ମଧ୍ୟ କହିଥିଲେ କି ଆସନ୍ତା ବର୍ଷ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଭାରି ଇଚ୍ଛା ଅଛି । ଯାହାକି ଆଜି ପୂରଣ ହୋଇଛି । ଶେଷରେ ପାଖାପାଖି ୨ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏହି ବଲିଉଡ଼ ଅଭିନେତ୍ରୀ । ଆଜି ସକାଳୁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ ।

   Related Posts