ବଲିଉଡ ଫେମିନିଜିମକୁ କଙ୍ଗନାଙ୍କ ଟାର୍ଗେଟ୍-'ତୁମେମାନେ ଯେଉଁ ସ୍କୁଲରେ ପଢୁଛ ମୁଁ ସେ ସ୍କୁଲର ପ୍ରିନ୍ସିପାଲ...'

Published By : Prameya-News7 Bureau | February 22, 2021 IST

ମୁମ୍ବାଇ ୨୨/୦୨ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ। ସେ ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ରଖିଥାନ୍ତି। ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ନିଜର ବୋଲ୍ଡ ଓ ବୟାନବାଜିକୁ ନେଇ ସେ ବେଳେବେଳେ ଟ୍ରୋଲ ମଧ୍ୟ ହୋଇଥାନ୍ତି।

କଙ୍ଗନା ନିଜର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ରିଟ୍ୱିଟ କରି କଙ୍ଗନା ପୁଣିଥରେ ବଲିଉଡ ଗ୍ୟାଙ୍ଗକୁ ଟାର୍ଗେଟ କରିଛନ୍ତି। ଭିଡିଓକୁ ରିଟ୍ୱିଟ କରି କଙ୍ଗନା ନିଜକୁ ପ୍ରିନ୍ସିପାଲ ବୋଲି କହିଛନ୍ତି। ଭାଇରାଲ ଭିଡିଓରେ କଣ ଅଛି ପଢ଼ନ୍ତି।

{"id":412836,"sizeSlug":"large","linkDestination":"none"}

ଏହି ଭିଡିଓରେ କଙ୍ଗନା ବଲିଉଡରେ ମହିଳାଙ୍କୁ ଦର୍ଶାଇବା ତରିକା ଉପରେ ନିଜ ମତାମତ ରଖିଛନ୍ତି। ଭିଡିଓ ଅମୀର ଖାନଙ୍କ ଚାଟ ଶୋ' 'ସତ୍ୟମେବ ଜୟତେ'ର ଯେଉଁଥିରେ କଙ୍ଗନାଙ୍କ ସହ ଦୀପିକା ପାଦୁକୋନ ଓ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିଛନ୍ତି।

ଭିଡିଓରେ କଙ୍ଗନା କହିଛନ୍ତି, ସିନେମା ସମାଜର ଆଇନା। ଫିଲ୍ମରେ ମହିଳାଙ୍କ ଚରିତ୍ର ଯେଉଁଭଳି ଭାବେ ଦର୍ଶାଯାଉଛି ତାହା ଭୁଲ। ମହିଳାଙ୍କୁ କେତେବେଳେ ତନ୍ଦୁରି ଚିକେନ ତ କେତେବେଳେ ଆଉ କଣ କୁହାଯାଉଛି। ଅଧିକାଂଶ ଫିଲ୍ମରେ ଅଭିନେତା ଅଭିନେତ୍ରୀଙ୍କୁ ଥଟ୍ଟା କରିଥାନ୍ତି ଯାହା ଲଜ୍ଜାଜନକ। କଙ୍ଗନା ସେକ୍ସପିଅରଙ୍କ ଉଦାହରଣ ମଧ୍ୟ ଦେଇଥିଲେ।

{"id":412833,"sizeSlug":"large","linkDestination":"none"}

କଙ୍ଗନାଙ୍କ ଏହି ବୟାନ ପରେ ଅମୀର ଖାନ ଓ ଦୀପିକା ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଏହା ପୂର୍ବରୁ ସେ କେବେ ଏହାକୁ ଗମ୍ଭିରାତାର ସହ ଭାବିନାହାନ୍ତି। କିନ୍ତୁ ଭବିଷ୍ୟତରେ ସେଥି ପ୍ରତି ନିଶ୍ଚୟ ଦୃଷ୍ଟି ରଖିବେ ବୋଲି କହିଥିଲେ।

ଏହି ଭିଡିଓ କଙ୍ଗନା ପୁଣିଥରେ ରିଟ୍ୱିଟ କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, "ଦେଖନ୍ତୁ ଅନେକ ବର୍ଷ ପୂର୍ବରୁ ବଲିଉଡକୁ ଫେମିନିଜିମର ଶିକ୍ଷା ଦେଉଛି। ଶୁଣ ଲିବ୍ରୁ ଫେମିନିଷ୍ଟ, ତୁମେମାନେ ଯେଉଁ ସ୍କୁଲରେ ପଢୁଛ, ମୁଁ ସେହି ସ୍କୁଲର ପ୍ରିନ୍ସିପାଲ।"

wp:embed {"url":"https://twitter.com/KanganaTeam/status/1362798894866817025","type":"rich","providerNameSlug":"twitter","responsive":true,"className":""}
https://twitter.com/KanganaTeam/status/1362798894866817025
/wp:embed

କଙ୍ଗନା ପୁଣିଥରେ ରିଟ୍ୱିଟ କରିଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି ଯେ ସେ ପୁଣି ବଲିଉଡ ଇଣ୍ଡଷ୍ଟ୍ରିର ସେହି ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି ଯେଉଁମାନଙ୍କୁ ଅଧିକାଂଶ ସମୟରେ ଟାର୍ଗେଟ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.