vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

କଙ୍ଗନା ହଲିଉଡ୍‌ ଡେବ୍ୟୁ ପାଇଁ ହେଉଛନ୍ତି ପ୍ରସ୍ତୁତ! କପିଲ୍‌ ଶର୍ମା ଶୋ’ରେ କଲେ ଖୁଲାସା

21/05/2022 at 10:50 AM

ନୂଆଦିଲ୍ଲୀ୨୧।୦୫: ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ପରେ ଏବେ ‘ଧାକଡ ଗର୍ଲ’ କଙ୍ଗନା ରଣାୱତ ହଲିଉଡରେ ନିଜର ଦମ୍‌ ଦେଖେଇବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । କାହିଁକି ନା ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଧାକଡ୍‌’ର ଟିଜର ଏବଂ ଟ୍ରେଲର ରିଲିଜ୍ ହୋଇଛି । ଏହାର ପ୍ରମୋଶନରେ କଙ୍ଗନାଙ୍କୁ ‘ଦି କପିଲ ଶର୍ମା ‘ ଶୋ ରେ ପଚରାଯାଇଥିଲା । ତାଙ୍କ ହଲିଉଡରେ ଡେବ୍ୟୁ କରିବା ନେଇ ସମସ୍ତଙ୍କ ସାମ୍ନାରେ ନୀରବତା ଭାଙ୍ଗିଛନ୍ତି।

କଙ୍ଗନା ରଣାୱତ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଖୁବ୍‌ ଜଣାଶୁଣା । ‘ଦି କପିଲ ଶର୍ମା ଶୋ’ରେ ଯେତେବେଳେ କଙ୍ଗନାଙ୍କୁ ହଲିଉଡ ଯିବାର ବିଷୟରେ ପଚରାଗଲା, ଅଭିନେତ୍ରୀ ଜଣକ ତାଙ୍କର ଯୋଜନାକୁ ପ୍ରତ୍ୟାଖାନ କରି ତାଙ୍କର କୁଆଡେ ଯିବାର ଆବଶ୍ୟକ ନାହିଁ ବୋଲି କହିଥିଲେ। କାହିଁକି ନା ‘ଧାକଡ’ର ଅଧିକାଂଶ କର୍ମଚାରୀ ବିଦେଶୀ ଥିଲେ। ସେଠାରେ କାମ କରୁଥିବା ସମସ୍ତେ ଲୋକ ଏଠାକୁ ଆସୁଛନ୍ତି । ଆମ କାମ ଦେଖିବା ପରେ ସେମାନେ କହୁଛନ୍ତି କି ଏହି ଲୋକମାନେ ଆମ ଠାରୁ ଭଲ କାମ କରୁଛନ୍ତି।

ଏଥିପାଇଁ ମୁଁ ଭାବୁଛି ଏଠାରେ ଆମର ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି। ଯାହା ସେମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ସାରା ବିଶ୍ବ ଏବେ ଏକ ମିଶ୍ରିତ ବଜାରରେ ପରିଣତ ହୋଇଛି । ଆମେ ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମ ନିର୍ମାଣ କରିଛୁ । ଏଥିରେ ବାହାରର ଲୋକ ବହୁତ ଅଛନ୍ତି, କିନ୍ତୁ ୮୦% ଆମ ନିଜ ପ୍ରତିଭା ରହୁଛି । କପିଲ୍‌ଙ୍କ ସହ କଥାବର୍ତ୍ତା ବେଳେ ଏହାର ଏକ ଛୋଟ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

   Related Posts