କଙ୍ଗନାଙ୍କୁ ଚାପୁଡା ମାରିବା ଘଟଣା; ବଲିଉଡର ନୀରବତାକୁ ନେଇ ଭଡକିଲେ ଅଭିନେତ୍ରୀ, କହିଲେ-ତୁମମାନଙ୍କ ସହ ଘଟିବ...

Published By : Prameya-News7 Bureau | June 07, 2024 IST

ମୁମ୍ଵାଇ ୦୭।୦୬: ବିମାନ ବନ୍ଦରରେ ଚାପୁଡ଼ା ମାରିବା ପରଠାରୁ କଙ୍ଗନା ରଣାୱତ କ୍ରୋଧିତ ହୋଇପଡିଛନ୍ତି। ଅଭିନେତ୍ରୀ ପ୍ରଥମେ ସେହି ମହିଳାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ ଯିଏ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଖାଲିସ୍ତାନୀ ବୋଲି କହିଥିଲେ। ପରେ କଙ୍ଗନା ମଧ୍ୟ ଏହି ପୋଷ୍ଟ ସେୟାର କରି ପଞ୍ଜାବ ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ବି ଯେତେବେଳେ ତାଙ୍କ କ୍ରୋଧ କମି ନଥିଲା, ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ କଙ୍ଗନା ଚାପୁଡ଼ା ମାରିବା ପରେ ବଲିଉଡର ଚୁପ୍‌ ଉପରେ ପ୍ରଶ୍ନ ଉଠାଇଛି।

ଚାପୁଡ଼ା ମାରିବା ପରେ ବଲିଉଡ କାହିଁକି ଚୁପ୍ ରହିଲା

ସେ କିଛି ସମୟ ପୂର୍ବରୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ କଙ୍ଗନା ଅଭିଯୋଗ କରି କହିଛନ୍ତି ଯେ, ‘‘ଗତକାଲି ବିମାନବନ୍ଦରରେ ମୋ ଉପରେ ଘଟିଥିବା ଆକ୍ରମଣକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ଉତ୍ସବ ପାଳନ କରୁଛନ୍ତି କିମ୍ବା ପାଟି ଚୁପ୍‌ କରି ବସିଛନ୍ତି । ସେ ଇଣ୍ଡଷ୍ଟ୍ରିକୁ କହିଛନ୍ତି ମନେ ରଖ ଯଦି ଆସନ୍ତାକାଲି ଆପଣ ନିଜ ଦେଶରେ କିମ୍ବା ଦୁନିଆର ଅନ୍ୟ କୌଣସି ରାସ୍ତାରେ ଯାଉଛନ୍ତି, ତେବେ କିଛି ଇସ୍ରାଏଲ୍ / ପାଲେଷ୍ଟାଇନ ଆପଣଙ୍କୁ କିମ୍ବା ଆପଣଙ୍କ ପିଲାଙ୍କୁ ଆକ୍ରମଣ କରିବେ... ତା’ପରେ ତୁମେ ଦେଖିବ ଯେ ମୁଁ ତୁମର ସ୍ୱାଧୀନତା ପାଇଁ କିପରି ଲଢିବି... ସେ ଦୁଃଖିତ କାରଣ କେହି ତାଙ୍କୁ ସମର୍ଥନ ନକରିବା ସହ ତାଙ୍କ ଅବସ୍ଥା ବିଷୟରେ ପଚାରିବାକୁ ଚେଷ୍ଟା କରିନଥିଲେ।’’ ଖୋଲାଖୋଲି ଭାବେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇବା ପରେ ଅଭିନେତ୍ରୀ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରୁ ତାଙ୍କ ପୋଷ୍ଟ ଡିଲିଟ କରିଥିଲେ। ସେ ଏହା କାହିଁକି କଲେ? ଏହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ ।

ଏହା ଏକ ଭିନ୍ନ କଥା ଯେ କଙ୍ଗନା ଏହା ପରେ ମଧ୍ୟ ଅନ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି ।  ଅଭିନେତ୍ରୀ କାହାର ନାମ ନେଇ ନାହାଁନ୍ତି, କିନ୍ତୁ ସେ କାହାକୁ କହୁଛନ୍ତି ଏହି ପୋଷ୍ଟ ଦେଖିବା ପରେ ହିଁ ବୁଝି ହେବ। ତାଙ୍କ ଶେଷ ପୋଷ୍ଟରେ କହିଛନ୍ତି ଯେ ସମସ୍ତଙ୍କ ଆଖି ରାଫା ଉପରେ ଅଛି। ଏହା ସେମାନଙ୍କ କିମ୍ବା ସେମାନଙ୍କ ପିଲାମାନଙ୍କ ସହିତ ମଧ୍ୟ ହୋଇପାରେ। ଯେତେବେଳେ ଆପଣ ଅନ୍ୟମାନଙ୍କ ଉପରେ ଆତଙ୍କକୀ ଆକ୍ରମଣକୁ ସେଲିବ୍ରେଟ୍‌ କରନ୍ତି, ସେହି ଦିନ ପାଇଁ ପ୍ରସ୍ତୁତ ରୁହନ୍ତୁ ଯେତେବେଳେ ଏହା ଆପଣଙ୍କ ସହିତ ଘଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.