ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପାଇଁ ଅମୀରଙ୍କୁ ଦାୟୀ କଙ୍ଗନା : କହିଲେ ‘ମିଷ୍ଟର ପରଫେକନିଷ୍ଟ ପାଲଟିଛନ୍ତି ପଥ ପ୍ରଦର୍ଶକ’....

Published By : Prameya-News7 Bureau | October 04, 2021 IST

ମୁମ୍ବାଇ ୦୪/୧୦: ସାଉଥ୍‌ର ସୁପର୍‌ଷ୍ଟାର୍‌ ସୁନ୍ଦର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥା ପ୍ରଭୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି। ସେମାନଙ୍କର ୪ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଏବେ ପଡ଼ିଛି। ଶନିବାର ଦିନ ଦୁହେଁ ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଏହି ଟ୍ବିଟ୍‌ରେ ସୋଶାଲ ମିଡିଆ ୟୁଜରଙ୍କ ମଧ୍ୟରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ।

ସେ ତାଙ୍କ ପ୍ରତିକ୍ରିୟାରେ ବିବାହ ବିଚ୍ଛେଦକୁ ନେଇ ନିଜର ଛି ମତ ଦେବା ସହିତ ଜଣେ ବଲିଉଡ୍ ସୁପରଷ୍ଟାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏନେଇ କଙ୍ଗନା ଲେଖିଛନ୍ତି- ଏହି ସାଉଥ୍‌ ଆକ୍ଟର ହଠାତ୍ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି, ଯାହଙ୍କୁ ସେ ୪ ବର୍ଷ ତଳେ ବିବାହ କରିଥିଲେ। କେବଳ ସେତିକି ନୁହେଁ, ତାଙ୍କ ସହିତ ସେ ଏକ ଦଶନ୍ଧି ଧରି ରିଲେସନ୍‌ସିପ୍‌ରେ ମଧ୍ୟ ଥିଲେ। ଏହି ଅଭିନେତା ଜଣଙ୍କ ନିକଟରେ ବଲିଉଡ୍‌ର ଜଣେ ସୁପରଷ୍ଟାରଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ସୁପରଷ୍ଟାର ବଲିଉଡ୍‌ର ଡିଭୋର୍ସ ଏକ୍ସପର୍ଟ ଭାବେ ଜଣାଶୁଣା। ସେ ଅନେକ ମହିଳା ଓ ଛୁଆଙ୍କ ଜୀବନ ନଷ୍ଟ କରିଛନ୍ତି। ସେ ଏବେ ତାଙ୍କର (ନାଗା ଚୈତନ୍ୟଙ୍କର) ଗାଇଡ୍ ପାଲଟିଛନ୍ତି।

କଙ୍ଗନା ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟରେ ବିବାହ ବିଚ୍ଛେଦ ପାଇଁ ସାଧାରଣତଃ ପୁରୁଷମାନେ ଦାୟୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହାକୁ ସମସ୍ତେ ଗ୍ରହଣ କରି ନପାରନ୍ତି। କିନ୍ତୁ ଏହା ସତ। ତେବେ ହଁ, ଶହେରେ ଜଣେ ମହିଳାଙ୍କର ଦୋଷ ଥାଇପାରେ।

{"id":521910,"sizeSlug":"full","linkDestination":"none"}
News18hindi

ଏହା ସହିତ କଙ୍ଗନା କହିଛନ୍ତି ଯେ ସେହି ଲୋକମାନଙ୍କ ପ୍ରତି ଦୟାଭାବ ପୋଷଣ କରାଯିବା ଉଚିତ୍ ନୁହେଁ, ଯେଉଁମାନେ ମହିଳାମାନଙ୍କୁ ପୋଷାକ ବଦଳାଇଲା ଭଳି ବଦଳାନ୍ତି ଓ ତା’ପରେ ନିଜର ବନ୍ଧୁ ବୋଲି କହନ୍ତି। ପୁଣି ସେମାନେ ଏଥିପାଇଁ ମିଡିଆ ଓ ଫ୍ୟାନ୍‌ମାନଙ୍କ ଠାରୁ ପ୍ରୋତ୍ସାହନ ପାଇଥା’ନ୍ତି। ଏଭଳି ଲୋକଙ୍କୁ ଦେଖିଲେ ଲଜ୍ଜ୍ୟା ଅନୁଭବ ହୁଏ। କିନ୍ତୁ ମିଡିଆ ଓ ପ୍ରଶଂସକମାନେ ଏଭଳି ଷ୍ଟାରଙ୍କୁ ପ୍ରଶଂସା କରନ୍ତି ଓ ମହିଳାମାନଙ୍କୁ ବିଚାର କରନ୍ତି। ଛାଡ଼ପତ୍ର ମାମଲା ଏବେ ଯେଉଁ ଭଳି ଭାବେ ବଢ଼ିଛି, ତାହା ପୂର୍ବରୁ କେବେ ନଥିଲା।

ସୁପରଷ୍ଟାର ଆମୀର ଖାନ୍‌ଙ୍କୁ ଟାର୍ଗେଟ୍ କରି କଙ୍ଗନା ଏଭଳି କଥା କହିଥିବା କୁହାଯାଉଛି। ନିକଟରେ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି। କିରଣ ରାଓଙ୍କୁ ସେ ୧୫ ବର୍ଷ ତଳେ ବାହା ହୋଇଥିଲେ। ତା’ ପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ସୂଚନାଯୋଗ୍ୟ, ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ ସିଂହ ଚଢ଼ା’ରେ ନାଗା ଚୈତନ୍ୟ ମଧ୍ୟ ଅଛନ୍ତି। ଏହା ସହିତ ନାଗା ଚୈତନ୍ୟ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି କଙ୍ଗନା ରଣାୱତ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.