କଙ୍ଗନାଙ୍କ ଟାର୍ଗେଟରେ ଆଗଧାଡ଼ିର ବଲିଉଡ ସେଲିବ୍ରିଟି : ନାର୍କୋଟିକ୍ସ ଟେଷ୍ଟ ହେଲେ ସବୁ ଯିବେ ଜେଲ୍

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ସାମନାକୁ ଆସିବା ପରେ ଏହି ମାମଲାରେ ଏବେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ନୂଆ ମୋଡ଼ ନେଇଛି। ସୁଶାନ୍ତଙ୍କ ମାମଲାରେ ନିଜ ପ୍ରତିକ୍ରିୟା ଦେଉଥିବା ଏବଂ ଲଗାତାର ବଲିଉଡରେ ନେପୋଟିଜମର ଚର୍ଚ୍ଚା କରି ଆଶ୍ଚର୍ଯ୍ୟକର ଖୁଲାସା କରୁଥିବା କଙ୍ଗନା ରଣଓ୍ବତ ବଲିଉଡକୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ବିଟ୍ କରି ପୁଣି ଏକ ବଡ଼ ବୟାନ୍ ଦେଇ କହିଛନ୍ତି ଯେ ବଲିଉଡରେ ନାର୍କୋଟିକ୍ସ ଟେଷ୍ଟ ହେଲେ ଅନେକ ଷ୍ଟାର ଜେଲ୍ ଯିବେ।

wp:core-embed/twitter {"url":"https://twitter.com/KanganaTeam/status/1298583756412825600","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1298583756412825600
/wp:core-embed/twitter

କଙ୍ଗନା ପିଏମଓଙ୍କୁ ଟ୍ୟାଗ୍ କରି ଟ୍ବିଟ୍ କରିଛନ୍ତି ଯେ ଯଦି ନାର୍କୋଟିକ୍ସ କଣ୍ଟୋଲ୍ ବ୍ୟୁରୋ ବଲିଉଡକୁ ଆସିଲା ତେବେ ଅନେକ ଆଗଧାଡ଼ିର ଲୋକ ଜେଲ୍ ଯିବେ। ଯଦି ବ୍ଲଡ ଟେଷ୍ଟ୍ ହେଲା ତେବେ ଅନେକ ବଡ଼ ଖୁଲାସା ହେବ। ଆଶା କରୁଛନ୍ତି ଯେ ସ୍ବଚ୍ଛ ଭାରତ ମିଶନ ଜରିଆରେ ବଲିଉଡର ଏକ ଗାତକୁ ମଧ୍ୟ ସ୍ବଚ୍ଛ କରାଯାଉ।

କଙ୍ଗନା ଏହି ଟ୍ବିଟ୍ ଜରିଆରେ କେବଳ A ଲିଷ୍ଟର କହି ବଲିଉଡର ଷ୍ଟାରମାନଙ୍କୁ ଟାର୍ଗେଟ୍ କରିଛନ୍ତି। କଙ୍ଗନାଙ୍କ ଏହି ଟ୍ବିଟରେ ସୁଶାନ୍ତଙ୍କ ପ୍ରଶଂସକ ମଧ୍ୟ କମେଣ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.