ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ନବ ନିର୍ବାଚିତ ସାଂସଦ କଙ୍ଗନା ରଣାଓ୍ୱତଙ୍କୁ ମାଡ଼। ଜଣେ CISF ଯବାନ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଦିଲ୍ଲୀକୁ ଯାଉଥିବା ବେଳେ ଚଣ୍ଡିଗଡ଼ ଏୟାପୋର୍ଟ ଏହି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି।
ରଣାଓ୍ୱତଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ସେ ଏୟାରପୋର୍ଟର ବୋର୍ଡିଂ ପଏଣ୍ଟକୁ ଯାଉଥିଲେ, ସେହି ସମୟରେ ତାଙ୍କୁ ସୁରକ୍ଷାକର୍ମୀ CISF କୁଲବୀନ୍ଦର କୌର ଯାଞ୍ଚ କରିଥିଲେ। ସେହି ସମୟରେ ଯୁକ୍ତିତର୍କ ହେବାରୁ ସୁରକ୍ଷାକର୍ମୀ ତାଙ୍କୁ ଚାପୁଡା ମାରିଥିଲେ।
ଦିଲ୍ଲୀରେ ପହଞ୍ଚିବା ପରେ କଙ୍ଗନା ସିଆଇଏସଏଫ ଡିଜି ନିନା ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ସେପଟେ କୁଲବୀନ୍ଦରଙ୍କୁ CISF କମାଣ୍ଡାଣ୍ଟ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି।
ପ୍ରକାଶଥାଉକି ଚଳିତ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଜିତିଛନ୍ତି। ସେ କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କୁ ୭୪,୭୫୫ ଭୋଟରେ ପରାସ୍ତ କରିଛନ୍ତି। ହିମାଚଳରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଚତୁର୍ଥ ମହିଳା ହେଉଛନ୍ତି କଙ୍ଗନା।