ମହାଦେବଙ୍କ ଭକ୍ତିରେ ଲୀନ କଙ୍ଗନା: କାଶୀ ବିଶ୍ୱନାଥ ମନ୍ଦିରରେ ଜୁହିଙ୍କ ସହ ଆସିଲେ ନଜର

Published By : Prameya-News7 Bureau | September 26, 2020 IST

କାଶୀ ୨୬/୦୯ : କଙ୍ଗନା ରଣାୱତ ଗତ କିଛି ଦିନ ହେଲା ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡକୁ ନେଇ ନାନା ମନ୍ତବ୍ୟ ଦେବା ପରେ ଅଭିନେତ୍ରୀ ମହାରାଷ୍ଟ୍ର ସରକାର ଓ ଶିବସେନା ସହ ମଧ୍ୟ ପଙ୍ଗା ନେଇଛନ୍ତି । ଘଟଣା ପରେ ବିଏମସି ଅଭିନେତ୍ରୀଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଧ୍ୱସ୍ତ କରିଥିଲା । କିନ୍ତୁ ଏତେ ଝଡଝଞ୍ଜା ସତ୍ତ୍ୱେ କଙ୍ଗନା ହସୁଥିବାଓ ଖୁସିଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି । ନିକଟରେ ସେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ନିଜ ବଗିଚାରେ ଫୁଲମାନଙ୍କ ମଧ୍ୟରେ ବସିଥିଲେ । ବର୍ତ୍ତମାନ ସେ ପୁଣି ଏକ ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏହି ଫଟୋରେ ସେ ଭକ୍ତି ମୁଦ୍ରାରେ ନଜର ଆସିଛନ୍ତି ।

wp:core-embed/twitter {"url":"https://twitter.com/KanganaTeam/status/1309667372307943426","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1309667372307943426
/wp:core-embed/twitter

କଙ୍ଗନାଙ୍କ ଏହି ଫଟୋ କିଛି ଦିନ ପୁରୁଣା । ଫଟୋରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ନଜର ଆସିଛନ୍ତି । ଫଟୋରେ କଙ୍ଗନାଙ୍କ ସହିତ ବଲିଉଡ ଅଭନେତ୍ରୀ ଜୁହି ଚାୱଲା ମଧ୍ୟ ନଜର ଆସିଛନ୍ତି । ଉଭୟ ମହାଦେବଙ୍କ ଭକ୍ତିରେ ଲୀନ ହୋଇ ଶିବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କଙ୍ଗନା କହିଛନ୍ତି, ଏହି ଫଟୋ କିଛି ଦିନ ପୂର୍ବର, ଯେତେବେଳେ ସେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ।

{"id":334624,"sizeSlug":"large"}

ଫଟୋ ସେୟାର କରି କଙ୍ଗନା କ୍ୟାପସନ ଦେଇଛନ୍ତି, ଫଟୋ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ସମୟର । ଫଟୋରେ କଙ୍ଗନା ଓ ଜୁହିଙ୍କ ସହ ସଦଗୁରୁ ମଧ୍ୟ ଅଛନ୍ତି । କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଛି । କଙ୍ଗନାଙ୍କ ପ୍ରଶଂସକ ତାଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଫଟୋ ମାଧ୍ୟମରେ ସେ ନିଜ ପ୍ରଶଂସକଙ୍କୁ ସନ୍ଦେଶ ଦେଇଛନ୍ତି ଯେ କିଭଳି ଏହିପରି କଷ୍ଟ ସମୟରେ ମଧ୍ୟ ନିଜକୁ ଶାନ୍ତ ରଖନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.