ବିରାଟ କୋହଲି ‘ପଙ୍ଗା କିଙ୍ଗ’ ୨୪ରେ ନେବେ ବଦ୍‌ଲା, ଏମିତି କାହିଁକି କହିଲେ ବଲିଉଡ କୁଇନ୍ କଙ୍ଗନା…

Published By : Prameya-News7 Bureau | January 22, 2020 IST

ମୁମ୍ବାଇ୨୨|୧: ଭରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ ଭିରାଟ କୋହଲିଙ୍କୁ ପଙ୍ଗା କିଙ୍ଗ କହିଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରନୌତ । କଙ୍ଗନାଙ୍କ ଅପକମିଂ ଫିଲ୍ମ 'ପଙ୍ଗା'ର ଏକ ପ୍ରମୋସନାଲ ଇଭେଣ୍ଟରେ କଙ୍ଗନା କହିଛନ୍ତି ଯେ,' ସେ ହେଉଛନ୍ତି ପଙ୍ଗା କୁଇନ୍‌ ଓ ଭାରତୀୟ ଦଳର ପଙ୍ଗା କିଙ୍ଗ ହେଉଛନ୍ତି ବିରାଟ କୋହଲି । କାରଣ ସେ ଜଣେ ସାହାସୀ ଖେଳାଳି। ଖେଳ ସମୟରେ ସବୁ ପ୍ରକାରର ଚ୍ୟାଲେଞ୍ଜ ନେବାକୁ ସେ ପ୍ରସ୍ତୁତ ଥାଆନ୍ତି। ଏଥର ଦୁହେଁ ଗୋଟିଏ ଦିନରେ 'ପଙ୍ଗା' ନେବେ। ଗୋଟିଏ ଦିନରେ କଙ୍ଗନା ଥିଏଟରରେ ପଙ୍ଗା ନେବେ ଓ ବିରାଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପଙ୍ଗା ନେବେ।

{"id":214603,"sizeSlug":"large"}

କେବଳ ସେତିକି ନୁହେଁ କଙ୍ଗନା ଦୀପିକା ପାଦୁକୋନ୍‌ଙ୍କ ଜେଏନ୍‌ୟୁ ଯିବା ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଦୀପିକାଙ୍କର ନିଜର ଅଧିକାର ଅଛି। ସେ ନିଜ ପସନ୍ଦ ଅନୁସାରେ ଜେଏନ୍‌ୟୁ ଯାଇଥିଲେ।  ଏଥିପାଇଁ ସେ କୌଣସି ଭୁଲ କରିନାହାନ୍ତି ବୋଲି କହିଛନ୍ତି କଙ୍ଗନା। ଏହା ସହ ବଲିଉଡ କୁଇନ୍‌ କହିଛନ୍ତି ଯେ, ଦୀପିକାଙ୍କୁ ଟ୍ରୋଲ କରିବା ଅନୁଚିତ୍‌। ନିକଟରେ କଙ୍ଗନା ଫିଲ୍ମ ପ୍ରମୋସନ ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ଦୀପିକାଙ୍କ ସପକ୍ଷରେ ଏହି କଥା କହିଥିଲେ।

{"id":214604,"sizeSlug":"large"}

କଙ୍ଗନାଙ୍କ ଅପକମିଂ ଫିଲ୍ମ 'ପଙ୍ଗା'ରେ ତାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମଟି ଜଣେ କବାଡି ଖେଳାଳିଙ୍କ ଜୀବନ ଉପରେ ଆଧାରିତ। ଯିଏ ବିବାହ ପରେ ମା' ହୋଇଛନ୍ତି ଓ ମା' ହେବା ପରେ ପୁଣି ଥରେ କବାଡ଼ି ଖେଳକୁ ଫେରିବାକୁ ଚାହୁଁଛନ୍ତି। 'ପଙ୍ଗା' ଫିଲ୍ମ ଚଳିତ ମାସ ୨୪ ତାରିଖରେ ରିଲିଜ ହେବ। ତେବେ ଫିଲ୍ମ ମୁକ୍ତିଲାଭ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.