ନୂଆବର୍ଷରେ ଜଗାକୁ ଦର୍ଶନ କରିବେ ଅଭିନେତ୍ରୀ କଙ୍ଗନା, ଟ୍ବିଟ୍ କରି ଜଣାଇଲେ ନିଜ ଇଚ୍ଛା

Published By : Prameya-News7 Bureau | December 23, 2020 IST

ମନାଲି ୨୩।୧୨: ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ଶ୍ରୀ ଜଗନ୍ନାଥ ମନ୍ଦିର । ୯ମାସ ଧରି ଜଗାକୁ ନଦେଖି ବ୍ୟାକୁଳ ଭକ୍ତ ଆଜି ମନଭର ଦର୍ଶନ କରିଛନ୍ତି । ତେବେ କଟକଣା ପାଇଁ ସମସ୍ତଙ୍କୁ ଦର୍ଶନ ପାଇଁ ସୌଭାଗ୍ୟପ୍ରାପ୍ତ ହୋଇନାହିଁ । ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ନିରାଶ ହୋଇଛନ୍ତି । ସାରା ବିଶ୍ବରେ ପୁରୀ ଜଗନ୍ନାଥଙ୍କ ପ୍ରସିଦ୍ଧି ରହିଛି । ଦେଶ ବିଦେଶରୁ ଅନେକ ଭକ୍ତ ଜଗା ଦର୍ଶନ ପାଇଁ ଆସିଥାନ୍ତି । ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଅନେକ ପୁରୀ ଆସିବାକୁ ମନ ବଳାଇଥିବେ ନିଶ୍ଚୟ । ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆଗାମୀ ବର୍ଷ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସିବେ ବୋଲି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

wp:html /wp:html

ଏବେ କଙ୍ଗନା ରଣାଓ୍ବତ ମନାଲି ପରିବାର ସହ ଛୁଟି କଟାଉଛନ୍ତି । ଗତ ସପ୍ତାହରେ କଙ୍ଗନା ତାଙ୍କ ଫିଲ୍ମ ଥଲାଇଭିର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ କରିବା ପରେ ସେ ତାଙ୍କ ପରିବାର କିଛି ସମୟ ବିତାଇବା ପାଇଁ ମନାଲି ଆସିଛନ୍ତି । ଏହାସହ ସେ ୨୦୨୦ ବର୍ଷ ଶେଷରେ ନିଜର କିଛି ଇଚ୍ଛା ସେୟାର କରିଛନ୍ତି । ଯାହାକୁ ସେ ନୂଆବର୍ଷ ୨୦୨୧ରେ ପୂରା କରିବାକୁ ଚାହୁଁଛନ୍ତି । ସେଥିମଧ୍ୟରେ କେଦାରନାଥ ଓ ପୁରୀ ଗସ୍ତ ମଧ୍ୟ ସାମିଲ ରହିଛି ।

କଙ୍ଗନା ଅଧିକ ଧାର୍ମିକ । ସେ ଅଧିକାଂଶ ସମୟରେ ମନ୍ଦିର ଗସ୍ତର ଫଟୋ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ସେ ଦୁର୍ଗା ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.