AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

୨୦ ମାସ ପରେ ଟ୍ଵିଟ୍‌ରକୁ ଫେରିଲେ କଙ୍ଗନା ରଣାୱତ୍, ଆସୁ ଆସୁ କରିଦେଲେ ଏମିତି ଟ୍ଵିଟ୍‌

26/01/2023 at 8:50 AM

ମୁମ୍ଵାଇ ୨୬।୦୧: ବଲିଉଡ୍‌ର କଣ୍ଟ୍ରୋଭର୍ସି କ୍ଵିନ୍‌ କଙ୍ଗନା ରଣାୱତ । ବିବାଦୀୟ ବୟାନ ଯୋଗୁଁ ଥାଆନ୍ତି ଚର୍ଚ୍ଚାରେ। ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟରକୁ ଫେରିଛନ୍ତି। ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ ରଖାଯାଇଥିଲା। ହେଲେ ଆସନ୍ତା ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍।

ଗତ ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଗତ ୨୪ ତାରିଖରେ ଏହାକୁ ପୁଣି ଥରେ ଆକ୍ଟିଭ୍ କରାଯାଇଛି। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ଏକ ଟ୍ବିଟ କରିଛନ୍ତି। ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଛନ୍ତି କଙ୍ଗନା। ଅଭିନେତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ “ଏବଂ ଏହା ଶେଷ ହୋଇଛି !!! ‘ଏମର‌ଜେନ୍ସି’ର ସୁଟିଂ ସଫଳତାର ସହିତ ସମାପ୍ତ ହୋଇଛି। ୨୦ ଅକ୍ଟୋବର ୨୦୨୩ରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖା ହେବ। ଏହି କ୍ୟାପସନ ସହ ଫିଲ୍ମ ନିର୍ମାଣ ସମୟର କିଛି ଭିଡିଓ ରହିଛି।

ଅଭିନେତ୍ରୀ କଙ୍ଗନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକାଧିକ ଟ୍ବିଟ୍‌ କରିବା ପରେ ଟ୍ବିଟର୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ଟ୍ବିଟର୍‌ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପ ରଂଗଭେଦ ମାନସିକତାର ପରିଚୟ ବୋଲି କଙ୍ଗନା କହିଥିଲେ। ପଶ୍ଚିମବଙ୍ଗ ଏବେ ଦ୍ବିତୀୟ କାଶ୍ମୀର ପାଲଟିବାକୁ ଯାଉଛି ବୋଲି ମଧ୍ୟ କଙ୍ଗନା ଟ୍ବିଟ୍‌ କରିଥିଲେ। ତେବେ ୨୦ମାସ ପରେ ଟ୍ବିଟରକୁ ଫେରିବାପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଙ୍କ ତୁରନ୍ତ ଟ୍ବିଟ ପରେ ତାଙ୍କ ଫ୍ଯାନ୍ସମାନେ ଖୁବ୍ ଖୁସି ହେବା ସହିତ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ଭଲ ରେସପଣ୍ଡ ପାଇବା ନେଇ ଆଶା ରଖିଛନ୍ତି କଙ୍ଗନା।

ସୂଚନା ଥାକି, ୨୦୨୧ ରେ କଙ୍ଗନା ଏହି ଚଳଚ୍ଚିତ୍ର ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ରୀତେଶ ଶାହା ଲେଖିଛନ୍ତି। ଏଥି ସହ କଙ୍ଗନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ମିଲିନ୍ଦ ସୁମନ, ମହିମା ଚୌଧୁରୀ, ସତୀଶ କୌଶିକ ଏବଂ ଶ୍ରେୟଶ ତାଲପଡେ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ କଙ୍ଗନା ଅନ୍ୟାନ୍ୟ ମୁଭି ପାଇଁ ମଧ୍ୟ କାମ କରୁଛନ୍ତି। ଏହି ବର୍ଷ ‘ଏମର‌ଜେନ୍ସି’ ବ୍ୟତୀତ କଙ୍ଗନା ସୀତା, ଇମଲି ଏବଂ ତେଜସ୍ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।

   Related Posts