କେବେ ବାହା ହେବେ କଙ୍ଗନା … ଏମିତି ପ୍ରଶ୍ନରେ କ’ଣ ଉତ୍ତର ଦେଲେ ବଲିଉଡ କୁଇନ୍

Published By : Prameya-News7 Bureau | February 29, 2020 IST

ମୁମ୍ବାଇ ୨୯/୨: ବଲିଉଡ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏବେ ଜୟଲଳିତାଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଜୟଲଳିତାଙ୍କ ଲୁକ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। କଙ୍ଗନାଙ୍କୁ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଦେବାର ଘୋଷଣା କରାଯାଇଛି। କଙ୍ଗନା ଗତ କିଛି ବର୍ଷରେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କିଛି କହିଛନ୍ତି ଏବଂ ଏହା ସହିତ ନିଜ ବିବାହକୁ ନେଇ ହେଉଥିବା ଗୁଜବ ବିଷୟରେ ନିଜର ଜବାବ ରଖିଛନ୍ତି।

{"id":230655,"sizeSlug":"large"}

କଙ୍ଗନା ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ ଏବେ ତାଙ୍କର ବିବାହ କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ଏବେ ସେ ସିଙ୍ଗଲ୍ ହିଁ ଖୁସି ଅଛନ୍ତି। କିନ୍ତୁ ତାଙ୍କର ଭାଇ ବହୁତ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି। ଏହା ବ୍ୟତୀତ ନିଜ ଉପରେ ହେଉଥିବା ବାୟୋପିକରେ ଶୁଣିବାକୁ ମିଳୁଥିବା ଗୁଜବରେ ମଧ୍ୟ କଙ୍ଗନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏବେ ତାଙ୍କୁ ବହୁତ କିଛି କରିବାର ଅଛି।

{"id":230656,"sizeSlug":"large"}

କଙ୍ଗନା ରଣଓ୍ବତ ନିଜ ଅପକମିଙ୍ଗ୍ ପ୍ରୋଜେକ୍ଟ ବିଷୟରେ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ତାଙ୍କ ସୁପରହିଟ୍ ଫିଲ୍ମ ‘ତନୁ ଓ୍ବେଡସ୍ ମନୁ’ର ତୃତୀୟ ପାର୍ଟ ହେଉ। ଏହି ଫିଲ୍ମର ଆଗରୁ ହୋଇଥବିା ଦୁଇଟି ପାର୍ଟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। କଙ୍ଗନା କହିଥିଲେ ଯେ ଯଦି ସ୍କ୍ରିପ୍ଟ ଏବଂ ପ୍ରୋଜେକ୍ଟରେ କିଛି ଦମ୍ ଥାଏ ତେବେ ସେ ନିଶ୍ଚୟ ଚାହିଁବେ ଯେ ‘ତନୁ ଓ୍ବେଡସ୍ ମନୁ’ର ଆଉ ଏକ ସିକ୍ବେଲ୍ ହେଉ।

{"id":230658,"sizeSlug":"large"}

ଗତବର୍ଷ ରିଲିଜ ହୋଇଥିବା କଙ୍ଗନାଙ୍କ ‘ମଣିକର୍ଣ୍ଣିକା’କୁ ଖୁବ୍ ପସନ୍ଦ କରାଯାଇଥିଲା। ଏହା ବ୍ୟତୀତ ରାଜକୁମାର ରାଓଙ୍କ ସହ ତାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଖାସ୍ କମାଲ କରି ପାରି ନଥିଲା। ଏପରି କିଛି ଏବର୍ଷ ରିଲିଜ ହୋଇଥିବା ‘ପଙ୍ଗା’ରେ ଦେଖିବାକୁ ମିଳିଥିଲା।

{"id":230659,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.