ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବା ପଡ଼ିଲା ମହଙ୍ଗା : ବିନା ନୋଟିସରେ କଙ୍ଗନାଙ୍କ ଅଫିସକୁ ରେଡ୍ କଲା ବିଏମସି

Published By : Prameya-News7 Bureau | September 07, 2020 IST

ମୁମ୍ବାଇ ୭/୯: କଙ୍ଗନା ରଣଓ୍ବତଙ୍କ ପ୍ରଡକ୍ସନ କମ୍ପାନୀର ଅଫିସରେ ବିଏମସି ଚଢ଼ାଉ କରିଛି। କଙ୍ଗନା ନିଜେ ଏହାର ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି। କଙ୍ଗନା ପ୍ରଥମେ ନିଜ ଅଫିସର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି,ଏହା ମୁମ୍ବାଇରେ ମଣିକର୍ଣ୍ଣିକା ଫିଲ୍ମସର ଅଫିସ୍,ଯାହାକୁ ସେ ୧୫ବର୍ଷ ପରିଶ୍ରମ କରି ରୋଜଗାର କରିଛନ୍ତି,ତାଙ୍କ ଜୀବନରେ ଗୋଟିଏ ସ୍ବପ୍ନ ଥିଲା ଯେତେବେଳେ ସେ ଫିଲ୍ମ ନିର୍ମାତା ହେବେ ତାଙ୍କର ନିଜର ଏକ ଅଫିସ୍ ରହିବ। କିନ୍ତୁ ଲାଗୁଛି ଯେ ଏହି ସ୍ବପ୍ନ ଭାଙ୍ଗିବା ସମୟ ଆସିଯାଇଛି। ଆଜି ସେଠାରେ ହଠାତ୍ ବିଏମସିର ଲୋକ ଆସି ଯାଇଥିଲେ।

wp:core-embed/twitter {"url":"https://twitter.com/KanganaTeam/status/1302900505933307905","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1302900505933307905
/wp:core-embed/twitter

କଙ୍ଗନା ପୁଣି ଥରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିଏମସିର ଲୋକ କଙ୍ଗନାଙ୍କ ଅଫିସରେ ସବୁ କିଛି ଦେଖୁଛନ୍ତି। ଏହି ଭିଡିଓକୁ ସେୟାର କରି କଙ୍ଗନା ଲେଖିଛନ୍ତି ,‘ ସେମାନେ ଜବରଦସ୍ତି ତାଙ୍କ ଅଫିସ୍ ଭିତରକୁ ପଶି ଆସିଥିଲେ ଏବଂ ସବୁ କିଛି ଦେଖିଥିଲେ। ତାଙ୍କ ପଡ଼ୋଶୀମାନେ ଆପତ୍ତି କରିବାରୁ ତାଙ୍କୁ ମଧ୍ୟ ହଇରାଣ କରିଥିଲେ। ବିଏମସିର କର୍ମଚାରୀଙ୍କ ଭାଷା ଏପରି କିଛି ଥିଲା, ସେଇ ଯେଉଁ ମ୍ୟାଡାମ୍ ଅଛନ୍ତି ତାଙ୍କ କାରନାମାର ପରିଣାମ ସମସ୍ତଙ୍କୁ ଚୁକାଇବାକୁ ପଡ଼ିବ। ତାଙ୍କୁ ସୂଚିତ କରାଯାଇଛି ଯେ ସେମାନେ ଆସନ୍ତା କାଲି ତାଙ୍କ ସମ୍ପତ୍ତିକୁ ଧ୍ବସ୍ତ କରିବେ।’

wp:core-embed/twitter {"url":"https://twitter.com/KanganaTeam/status/1302901679969300480","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1302901679969300480
/wp:core-embed/twitter

କଙ୍ଗନା ଆଉ ଏକ ଟ୍ବିଟ୍ କରିଛନ୍ତି,‘ତାଙ୍କ ପାଖରେ ସବୁ କାଗଜପତ୍ର ରହିଛି ଏବଂ ବିଏମସିର ଅନୁମତି ମଧ୍ୟ। ସେ ନିଜ ସମ୍ପତ୍ତିରେ କିଛି ବି ବେଆଇନ୍ କରି ନାହାନ୍ତି।’

wp:core-embed/twitter {"url":"https://twitter.com/KanganaTeam/status/1302903789339340800","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1302903789339340800
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.