scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକସଭା ନିର୍ବାଚନରେ କଙ୍ଗନାଙ୍କୁ ଟିକେଟ୍ ଦେବ ବିଜେପି ? ଜେପି ନଡ୍ଡା ଦେଲେ ଜବାବ

29/10/2022 at 9:36 PM

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶନିବାର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜନୀତିରେ ପ୍ରବେଶ କରିବା ସଂକେତ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କ ନିର୍ବାଚନ ଲଢିବା ସେ ବିଜେପି ଉପରେ ଛାଡିଛନ୍ତି । ଅଭିନେତ୍ରୀ କହିଛନ୍ତି, ଯଦି ବିଜେପି ଚାହିଁବ ତେବେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଅଭିନେତ୍ରୀଙ୍କ ଏହି ବୟାନ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କଙ୍ଗନା ରଣାୱତଙ୍କୁ ସ୍ୱାଗତ କରିଛନ୍ତି। ଏହାସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଯଦି ସେ ସାମିଲ ହୁଅନ୍ତି, ତେବେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବା ତାହା ପାର୍ଟି ସ୍ଥିର କରିବ ।

କଙ୍ଗନା ରଣାୱତଙ୍କୁ ନେଇ କରାଯାଇଥିବା ଏକ ପ୍ରଶ୍ନ ଜେପି ନଡ୍ଡା କହିଛନ୍ତି,’ସମସ୍ତେ ଆସନ୍ତୁ ବୋଲି ଆମେ ଚାହୁଁଛୁ, କାରଣ ପିଏମ ମୋଦୀ ଆମ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ । ପିଏମ ମୋଦୀଙ୍କ ଠାରୁ ପ୍ରଭାବିତ ହୋଇ ଦେଶର ଭଲ ବାତାବରଣ ସୃଷ୍ଟି ହେଉଛି । ଏଥିରେ ସେ ମଧ୍ୟ ସାମିଲ ହେବାକୁ ଚାହୁଁଥିଲେ, ତାଙ୍କୁ ସ୍ୱାଗତ’। ନିର୍ବାଚନ ଲଢିବା ପ୍ରଶ୍ନ ଉପରେ ନଡ୍ଡା କହିଛନ୍ତି, ‘ଟିକେଟ୍ ଦେବା କେବଳ ମୋର ନିଷ୍ପତ୍ତି ନଥାଏ । ତୃଣମୂଳ ସ୍ତରରୁ ଶୀର୍ଷ ସ୍ତର ଯାଏଁ ବିଚାର-ବିମର୍ଶ କରାଯାଏ ଏବଂ ପୁଣି ପାର୍ଟିଆମେଣ୍ଟାରୀ ବୋର୍ଡ ଯାଏ ଚାଲିଥାଏ’।

କଙ୍ଗନା କହିଛନ୍ତି ସେ ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିବାକୁ ପ୍ରସ୍ତୁତ ଅଛନ୍ତି । ଏକ ଟିଭି କାର୍ଯ୍ୟକ୍ରମରେ କଙ୍ଗନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାହୁଲ ଗାନ୍ଧୀଙ୍କ କୌଣସି ମୁକିବାଲ ନାହିଁ । ଏହାସହ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରି କଙ୍ଗନା କହିଛନ୍ତି, ହିମାଚଳବାସୀ ମାଗଣା ବିଜୁଳି ଚାହୁଁନାହାନ୍ତି ।

   Related Posts