suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତିଙ୍କୁ ‘ଗଜନୀ’ କହିଲେ କଙ୍ଗନା: ବର୍ଷେରୁ ଅଧିକ ତିଷ୍ଟି ପାରିବେନି ବାଇଡେନ !

8/11/2020 at 4:59 PM

ନୂଆଦିଲ୍ଲୀ ୦୮/୧୧ : ଆମେରିକା ନିର୍ବାଚନ ଏବଂ ଫଳଫଳକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜୋରଦାର ହୋଇଥିଲା । ଏହାରି ଭିତରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ଟ୍ବିଟ କରି ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗଜନୀ ବୋଲି କହିଛନ୍ତି କଙ୍ଗନା । ଅନ୍ୟ ପଟେ ସଦ୍ୟ ନିର୍ବାଚିତ ଆମେରିକାର ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ବିଜୟକୁ ମହିଳାଙ୍କ ବିଜୟ ବୋଲି କହିଛନ୍ତି ।


ପ୍ରାୟ ସବୁ ମୁଦ୍ଦାରେ ମୁହଁ ଖୋଲୁଥିବା କଙ୍ଗନା ରଣାଓ୍ବତ ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଛାଡି ନାହାନ୍ତି । ଯେଏଁଥିରେ ଗୋଟିଏ ପଟେ ବାଇଡେନଙ୍କ ବିଜୟକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଅନ୍ୟପଟେ କମଲା ହାରିସଙ୍କୁ ସମର୍ଥନ କରି ତାଙ୍କ ବିଜୟକୁ ମହିଳାଙ୍କ ବିଜୟ ବୋଲି କହିଛନ୍ତି କଙ୍ଗନା ରଣାଓ୍ବତ । ଟ୍ବିଟ କରି କଙ୍ଗନା ଲେଖିଛନ୍ତି ଯେ ” ଗଜନୀ ବାଇଡେନଙ୍କୁ ନେଇ ମୁଁ ନିଶ୍ଚିତ ନୁହେଁ, ଯାହାଙ୍କର ପ୍ରତି ୫ ମିନିଟରେ ଡାଟା କ୍ରାସ ହୋଇଯାଏ । ତାଙ୍କୁ ଯେଉଁ ଔଷଧ ଏବଂ ଇଞ୍ଜେକସନ ଅନ୍ତଃକ୍ଷେପ କରାଯାଇଛି ତାହା ଅତି ବେଶିରେ ଗୋଟିଏ ବର୍ଷ ତିଷ୍ଟି ପାରିବ ଏବଂ ତା ପରେ କମଲା ହାରିସ ହିଁ ଦେଶ ଚଳାଇବେ “। କଙ୍ଗନାଙ୍କ ମତରେ ଏହାର ଅର୍ଥ ଗଜନୀ ଚଳଚିତ୍ରରେ ଅମିର ଖାନଙ୍କ ଭଳି ଜୋ ବାଇଡେନ ମଧ୍ୟ କ୍ଷଣିକରେ ସବୁ କିଛି ଭୁଲିଯାନ୍ତି ।

ତେଣୁ କଙ୍ଗନାଙ୍କ ଏହି ଟ୍ବିଟରୁ ସ୍ପଷ୍ଟ ଅନୁମେୟ ଯେ ସେ ଜୋ ବାଇଡେନଙ୍କ ବିଜୟରେ ନୁହେଁ କମଲା ହାରିସଙ୍କ ବିଜୟରେ ଖୁସି ଅଛନ୍ତି ।

   Related Posts