କଣ ଇନଷ୍ଟାଗ୍ରାମ୍‌ରୁ ବ୍ୟାନ୍‌ ହେବେ କଙ୍ଗନା ରଣାୱତ୍‌ ? Appକୁ ନେଇ ଉଡାଇଲେ ମଜାକ୍‌

Published By : Prameya-News7 Bureau | November 12, 2022 IST

ମୁମ୍ଵାଇ ୧୨।୧୧: 'ପଙ୍ଗା କ୍ଵିନ୍' କଙ୍ଗନା ରଣାୱତ୍। କଣ୍ଟ୍ରୋଭର୍ସି ସହ ତାଙ୍କ ଗଭୀର ସମ୍ପର୍କ। କଙ୍ଗନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ସବୁବେଳେ କିଛି ନା କିଛି କାରଣକୁ ନେଇ ବିବାଦରେ ରୁହନ୍ତି। ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ସହ ପଙ୍ଗା ନେଇଛନ୍ତି। ଟ୍ଵିଟରରୁ ବ୍ୟାନ୍ ହେବା ପରେ ଇନଷ୍ଟାକୁ ନା ନା କଥା କହିବା ସହ ମଜାକ୍ ଉଡାଇଛନ୍ତି।

କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀରେ ଲମ୍ଵା ମେସେଜ୍ ଲେଖିଛନ୍ତି। କହିଛନ୍ତି କି ଇନଷ୍ଟାଗ୍ରାମ୍ ଡବା, ୟେ ଖାଲି ଫଟୋ ସେୟାର କରିବା ପାଇଁ, ଆମେ ଆମ ମନ କଥା ଲେଖିଲେ ତାହା ଦିନକ ପରେ ଗାଏବ ହୋଇ ଯାଏ। ଇନଷ୍ଟାଗ୍ରାମକୁ ମୂକ ବୋଲି କହି ଆହୁରି ବହୁତ କିଛି ଲେଖିଛନ୍ତି। ଏହି ପୋଷ୍ଟ ଏବେ ଭାଇରାଲ ହେଇଛି। ତାଙ୍କର ଏପରି ବିବାଦୀୟ ବିବୃତ୍ତି ହେତୁ ୨୦୨୧ ମସିହାରେ କଙ୍ଗନାଙ୍କୁ ଟ୍ୱିଟରରୁ ବ୍ୟାନ୍ କରାଯାଇଥିଲା, କିନ୍ତୁ ଏଲନ୍ ମସ୍କଙ୍କ ଟ୍ୱିଟର ନିଆଯିବା ପରେ କଙ୍ଗନାଙ୍କ ଆକାଉଣ୍ଟ ଆରମ୍ଭ କରିବାକୁ ଦାବି ହୋଇଥିଲା। ପ୍ରଶଂସକମାନେ ମଧ୍ୟ ଚାହୁଁଛନ୍ତି ଯେ କଙ୍ଗନା ଟ୍ୱିଟରରେ ଯୋଗ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.