ଚନ୍ଦ୍ରମୁଖୀ ହେବେ ବଲିଉଡ୍‌ କ୍ଵିନ୍‌ କଙ୍ଗନା ରଣାୱତ୍‌, ପୋଷ୍ଟର ସେୟାର କରି କହିଲେ ଫିଲ୍ମର ରିଲିଜ୍‌ ଡେଟ୍‌

Published By : Prameya-News7 Bureau | June 30, 2023 IST

ମୁମ୍ଵାଇ ୩୦।୦୬: ବଲିଉଡ୍‌ କ୍ଵିନ୍‌ କଙ୍ଗନା ରଣାୱତ୍‌। ସେ ତାଙ୍କ ବିବାଦୀୟ ବୟାନ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି।  ଏହା ବ୍ୟତୀତ ଅଭିନେତ୍ରୀଙ୍କୁ ମଧ୍ୟ ଫୁଲ୍‌ ଫର୍ମରେ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି। ଅଭିନୟ ସହିତ ସେ ନିର୍ମାତା-ନିର୍ଦ୍ଦେଶକ ଭାବରେ ନଜର ଆସିଛନ୍ତି । ଏବେ ଅଭିନେତ୍ରୀ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ମଧ୍ୟ ଘୋଷଣା କରିଛନ୍ତି। ଏଥର ତାଙ୍କୁ ବହୁତ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ। ଖୁବ୍ ଶୀଘ୍ର କଙ୍ଗନା 'ଚନ୍ଦ୍ରମୁଖୀ ୨'ରେ ଦେଖିବାକୁ ମିଳିବ ।

ବର୍ତ୍ତମାନ କଙ୍ଗନା ଫିଲ୍ମର ଏକ ପୋଷ୍ଟର ସେୟାର କରି 'ଚନ୍ଦ୍ରମୁଖୀ ୨' ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ରାଘବ ଲରେନ୍ସଙ୍କ ବିପକ୍ଷରେ ନଜର ଆସିବେ। ପୋଷ୍ଟରରେ ରାଘବଙ୍କ ସାଇଡ୍‌ ଫେସ୍‌  ଦେଖିବାକୁ ମିଳିଛି। ଏହି ପୋଷ୍ଟର ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, 'ସେ ଏହି ସେପ୍ଟେମ୍ବରରେ ଫେରୁଛନ୍ତି। ତୁମେ ପ୍ରସ୍ତୁତ ଅଛ କି ? ଚନ୍ଦ୍ରମୁଖୀ-୨।

wp:html
/wp:html

ପି ଭାସୁଙ୍କ ନିର୍ଦ୍ଦେଶିତ 'ଚନ୍ଦ୍ରମୁଖୀ ୨' ଗଣେଶ ଚତୁର୍ଥୀର ବିଶେଷ ଦିନରେ ରିଲିଜ୍‌ ହୋଇପାରେ। ଏହି ଚଳଚ୍ଚିତ୍ରଟି ତାମିଲ ବ୍ଲକବଷ୍ଟର ହରର ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ'ର ପରବର୍ତ୍ତୀ ପାର୍ଟ। ପୂର୍ବ ଚଳଚ୍ଚିତ୍ରରେ ସୁପରଷ୍ଟାର ରଜନୀକାନ୍ତ ଏବଂ ଜ୍ୟୋତିକା ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଏହି ଫିଲ୍ମ ୫ ଟି ଭାଷାରେ ମୁକ୍ତିଲାଭ କରିବ

ବର୍ତ୍ତମାନ ଫିଲ୍ମର ପୋଷ୍ଟର ବାହାରିବା ମାତ୍ରେ 'ଚନ୍ଦ୍ରମୁଖୀ ୨' ପାଇଁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ହୋଇଛନ୍ତି। ଏହି ଚଳଚ୍ଚିତ୍ରରେ ଚନ୍ଦ୍ରମୁଖୀ ଭୂମିକାରେ କଙ୍ଗନାଙ୍କୁ ଦେଖିବା ଅତ୍ୟନ୍ତ ମଜାଦାର ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଜଣେ ନୃତ୍ୟଶିଳ୍ପୀ ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.