scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୮ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍‌ ସେୟାର କରିବେ କଙ୍ଗନା-ଆର ମାଧବନ୍‌, ଏହି ଫିଲ୍ମରେ ଆସିବେ ନଜର

19/11/2023 at 2:19 PM

ମୁମ୍ଵାଇ ୧୯।୧୧: ପୁଣି ଥରେ ବଡ଼ ପରଦାରେ ନଜର ଆସିବେ ‘ତନୁ ୱେଡ୍ସ ମନୁ’ର ଲୋକପ୍ରିୟ ଯୋଡ଼ି କଙ୍ଗନା ରଣାୱତ ଓ ଆର୍. ମାଧବନ । ଏକ ସାଇକୋଲୋଜିକାଲ ଥ୍ରୀଲର୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ । ମାଧବନ ଓ କଙ୍ଗନା ଫିଲ୍ମ ‘ତନୁ ୱେଡ୍ସ ମନୁ’ ଓ ଏହାର ସିକ୍ୱେଲରେ ଏକାଠି କାମ କରିଥିଲେ । ଗତ ଶନିବାର ଚେନ୍ନାଈଠାରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରୀ ଶେୟାର କରି ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଲେଖିଛନ୍ତି । ଏଥିପାଇଁ ସମସ୍ତଙ୍କ ସମର୍ଥନ ଓ ଭଲପାଇବା କାମନା କରିଛନ୍ତି ।

ପୁଣି ଥରେ ନିଜ ପସନ୍ଦର ଲୋକଙ୍କ ସହ କାମ କରିବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ନୂଆ ଫିଲ୍ମକୁ ନେଇ କଙ୍ଗନା ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମ ‘ଥଲାଇଭି’ର ନିର୍ଦ୍ଦେଶକ ଏ ଏଲ୍ ବିଜୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଏ ଅବସରରେ ସୁପର୍‌ଷ୍ଟାର ରଜନୀକାନ୍ତଙ୍କ ସହ ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି । ଫଟୋ ସହିତ ଲେଖିଛନ୍ତି ‘ଥଲାଇଭାର ଆଜି ଆମ ସେଟ୍‌ରେ ପହଞ୍ଚି ଆମ ଯାତ୍ରାକୁ ରୋମାଞ୍ଚକର କରିଦେଲେ ।

   Related Posts