ତନୁଶ୍ରୀଙ୍କ ପରେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଆଣିଲେ ଯୌନ ନିର୍ଯ୍ୟାତନା ଅଭିଯୋଗ

Published By : Prameya-News7 Bureau | October 09, 2018 IST

ମୁମ୍ବାଇ ୯|୧୦:  ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଘଟଣା ଥମିନଥିବା ବେଳେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ । ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ଆଣିଛନ୍ତି ଏଭଳି ଅଭିଯୋଗ । ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଙ୍ଗନା । ଏ ଘଟଣାକୁ ନେଇ ବଲିଉଡ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ, ଫିଲ୍ମ ‘କୁଇନ୍’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବହଲ ତାଙ୍କୁ ଅନେକ ଥର ନିର୍ଯ୍ୟାତନା ଦେଇଥିଲେ। ବିକାଶ ବହଲ ବିବାହିତ । ମାତ୍ର ପ୍ରତ୍ୟେକ ରାତିରେ ନୂଆସାଥୀଙ୍କ ସହ ରାତ୍ରିଯାପନ କରୁଥିଲେ। ଅଧିକାଂଶ ରାତିରେ ସେ ପାର୍ଟି ଦେଉଥିଲେ ଏବଂ ତାଙ୍କୁ ଆସିବାକୁ ବାଧ୍ୟ କରୁଥିଲେ । । ବିକାଶ ବହଲ ତାଙ୍କୁ ଆଲିଙ୍ଗନ କଲାବେଳେ ଜୋରରେ ଭିଡି ଧରନ୍ତି ବୋଲି ମଧ୍ୟ ସେ କହିଛନ୍ତି । ପ୍ରଥମେ ତାଙ୍କ ଅସଲ ଉଦ୍ଦେଶ୍ୟ ସେ ବୁଝିପାରିନଥିଲେ। କିନ୍ତୁ ପରେ ଜାଣିବା ପରେ ସେ ତାଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲେ ବୋଲି କହିଛନ୍ତି କଙ୍ଗନା । ଏହାପରେ ସେ ବିକାଶ ବହଲଙ୍କର କେତୋଟି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.