କଙ୍ଗନା ଛାଡିଲେ ମୁମ୍ବାଇ, ଏବେ ହିମାଚଳରେ ରହିବେ ଅଭିନେତ୍ରୀ, ନଜର ପକାନ୍ତୁ ୩୦କୋଟିର ଘର ଉପରେ...

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ ୦୫।୦୬: ରାଜନୀତିର କ୍ବିନ୍‌ କଙ୍ଗନା ରାନାୱତ । ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପିରୁ ଜିତିଛନ୍ତି  ୨୦୨୪ ଲୋକସଭା ନିର୍ବାଚନ । ଏବେ ମୁମ୍ବାଇ ଛାଡି ହିମାଚଳ ମୁହାଁ କଙ୍ଗନା । ହିମାଚଳରେ ତାଙ୍କ ଆଲିସାନ୍‌ ଘରେ ରହିବେ । କଙ୍ଗନା ରାଣାଓ୍ବାତ୍‌ ରାଜନୈତିକ ଇନିଂସରେ ହୋଇଛନ୍ତି ସଫଳ । 

କଙ୍ଗନାଙ୍କୁ ବିରୋଧୀଙ୍କଠାରୁ ୭୪ ହଜାର ୭୫୫ ଭୋଟରେ ଜିତିଛନ୍ତି । ନିର୍ବାଚନରେ ଜିତିବା ପରେ ଅଭିନେତ୍ରୀ ବର୍ତ୍ତମାନ ମୁମ୍ବାଇ ଛାଡି ହିମାଚଳ ପ୍ରଦେଶର ବିଳାସପୂର୍ଣ୍ଣ ଘରେ ରହିବେ। କିନ୍ତୁ ଜାଣନ୍ତିକି କଙ୍ଗନାଙ୍କ ଏହି ଆଲିସାନ୍‌ ଘର ବିଷୟରେ, ଆସନ୍ତୁ ଜାଣିବା...

ହିମାଚଳରେ ଥିବା କଙ୍ଗନା ରାଣାଓ୍ବତଙ୍କ ଘରର ଦାମ୍ ୩୦ କୋଟି ଟଙ୍କା ।  ଏହି ଘରକୁ ଦେଖିଲେ କାହାର ବି ଆଖି ଲାଖି ହୋଇଯିବ । କଙ୍ଗନାଙ୍କ ଘର ହିମାଚଳର ସୁନ୍ଦର ଉପତ୍ୟକାରେ ରହିଛି ।  ଯେଉଁଠାରୁ ପର୍ବତର ଦୃଶ୍ୟ ମନ ମୋହି ନେଇଥାଏ । କଙ୍ଗନା ତାଙ୍କ ଘରକୁ 'ହିମାଚଳ ପେଣ୍ଟିଙ୍ଗ୍, ବୁଣା, କାର୍ପେଟ, ଏମ୍ବ୍ରୋଡୋରୀ ଏବଂ କାଠ କାମ' ସହିତ ସଜାଇଛନ୍ତି। 

କଙ୍ଗନାଙ୍କ ହିମାଚଳ ଘରର ଲିଭିଙ୍ଗ୍ ରୁମ୍‌ରେ ବଡ ସୋଫା ରହିଛି । କଙ୍ଗାନଙ୍କ ଆଲିଶାନ୍‌ ରାଜପ୍ରାସାଦରେ କାଠ କବାଟ ଲାଗିଛି । କାନ୍ଥରେ ବଡ଼ ପେଣ୍ଟିଙ୍ଗ୍ ଲଗାଯାଇଛି । କଙ୍ଗନାଙ୍କ ଆଲିଶାନ ଘରେ ୩ଟି ବେଡରୁମ୍‌ ରହିଛି । ଯାହା ବିଭିନ୍ନ ରଙ୍ଗରେ ସଜାଯାଇଛି ।କଙ୍ଗନାଙ୍କ ଘର ବାହାରର ଦୃଶ୍ୟ ମଧ୍ୟ ଦେଖିବାକୁ ମଧ୍ୟ ଖୁବ୍‌ ସୁନ୍ଦର ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.