vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପରିବାର ପାଇଁ ଅଧାରୁ IPL ଛାଡିଲେ କେନ୍ ଓ୍ୱିଲିୟମସନ, ବାହୁଡିଗଲେ ସ୍ୱଦେଶ

18/05/2022 at 1:52 PM

ନୂଆଦିଲ୍ଲୀ ୧୮/୦୫: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (SRH) ଅଧିନାୟକ କେନ୍ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିୟମସନ ଆଇପିଏଲ ୨୦୨୨ ଛାଡି ଘରକୁ ଚାଲିଯାଇଛନ୍ତି । କାରଣ ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ଏଥିପାଇଁ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ଚାହୁଁଛନ୍ତି ।

ଟୁଇଟ୍ କରି ସନରାଇଜର୍ସ ହାଇଦ୍ରାବାଦ ଏହି ସୂଚନା ଦେଇଛି । SRH ଫ୍ରାଞ୍ଚାଇଜ୍ କହିଛନ୍ତି, “ଆମର ଅଧିନାୟକ କେନ୍ ୱିଲିୟମସନ ତାଙ୍କ ପରିବାରକୁ ନୂତନ ଆଗମନକୁ ସ୍ୱାଗତ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ଫେରିଛନ୍ତି । ସନରାଇଜର୍ସ କ୍ୟାମ୍ପରେ ସମସ୍ତେ କେନ୍ ୱିଲିୟମସନ ଏବଂ ତାଙ୍କ ପତ୍ନୀଙ୍କୁ ଏକ ନିରାପଦ ପ୍ରସବ ଏବଂ ସୁଖ କାମନା କରୁଛନ୍ତି ।

୨୨ ମେରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦକୁ ଶେଷ ମ୍ୟାଚ୍ ଖେଳିବାକୁ ପଡିବ । ୱିଲିୟମସନଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦର ଅଧିନାୟକ କିଏ ହେବ ସେନେଇ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ । ଚଳିତ ସିଜନରେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୬ ଟି ଜିତିଛି ଏବଂ ୧୩ଟି ମ୍ୟାଚରେ ସାତୋଟି ହାରିଛି । ଦଳ ଏପର୍ଯ୍ୟନ୍ତ ଅଷ୍ଟମ ସ୍ଥାନରେ ରହିଛି ଏବଂ ପ୍ଲେ ଅଫ୍ ଦୌଡ଼ରେ ରହିଆସିଛି ।

   Related Posts