scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୩ ଦିନିକିଆ ବିଶ୍ୱକପ୍‌କୁ ଆଉ ଅଳ୍ପ ଦିନ, ଟିମ୍‌କୁ ଫେରିବା ଲାଗି ଓ୍ୱିଲିୟମସନ୍‌ଙ୍କ ଜୋରଦାର୍‌ ଅଭ୍ୟାସ

26/06/2023 at 1:53 PM

ମୁମ୍ବାଇ ୨୬।୦୬ : ପାଖେଇ ଆସୁଛି ଦିନିକିଆ ବିଶ୍ୱକପ୍‌ ୨୦୨୩ । ସବୁ ଦଳ ସହ ଖେଳାଳିମାନେ ଅଭ୍ୟାସ ଜୋରଦାର କରିଛନ୍ତି । ଏହିକ୍ରମରେ ଜିମ୍‌ରେ ଝାଳ ବୁହାଉଥିବାର ନଜର ଆସିଛନ୍ତି କେନ୍‌ ଓ୍ୱିଲିୟମସନ୍‌ ।

 ଆଇପିଏଲ୍‌ ୨୦୨୩ରେ ଏକ ମ୍ୟାଚ୍‌ ସମୟରେ ଆଘାତ ହୋଇଥିଲେ କେନ୍‌ ଓ୍ୱିଲିୟମସନ୍‌ । ଏହାପରେ ବାକି ଆଇପିଏଲ୍‌ ମ୍ୟାଚ୍‌ରୁ ବାଦ୍‌ ପଡିଯାଇଥିଲେ । ଏପିରିକି ନ୍ୟୁଜିଲାଣ୍ଡ କୌଣସି ଦଳରେ ସାମିଲ ହୋଇପାରିନଥିଲେ । ସେବେଠୁ ସେ ନ୍ୟୁଜିଲାଣ୍ଡ ଟିମ୍‌ରୁ ବାହାରେ ଅଛନ୍ତି । ଆଉ ଏବେ ଆସୁଛି ଦିନିକିଆ ବିଶ୍ୱକପ୍‌ । ଆଗାମୀ ବିଶ୍ୱକପ୍‌କୁ ନଜରରେ ରଖି ଏବେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି କେନ୍‌ ଓ୍ୱିଲିୟନସମ୍‌ । ଜିମ୍‌ରେ ଜୋରଦାର୍‌ ଓ୍ୱାର୍କ ଆଉଟ୍‌ ସହ ପଡିଆରେ ଝାଳ ମଧ୍ୟ ବୁହାଉଥିବାର ଦେଖିବାକୁ ମିଳିଛି ।

ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ଏହା ହୁଏତ ଶେଷ ଦିନିକିଆ ବିଶ୍ୱକପ୍‌ ହୋଇପାରେ । ତେଣୁ ଶେଷ ବିଶ୍ୱକପ୍‌ରେ ନିଜ ଟିମ୍‌କୁ କିପରି ବିଜୟୀ କରିବେ । ସେଥିପାଇଁ ସେ ନିଜକୁ ପୁରା ଫିଟ୍‌ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ୯୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୮୧୨୪ ରନ୍‌ ସଂଗ୍ରହ କରିଛନ୍ତି କେନ୍‌ । ଏଥିରେ ୨୮ଟି ଶତକ ରହିଥିବା ବେଳେ ୬ଟି ଦ୍ୱିଶତକ ରହିଛି । ବାକି ୩୩ଟି ଅର୍ଦ୍ଧଶତକ ରହିଛି । ସେହିପରି ୧୬୧ଟି ଦିନିକିଆ ମ୍ୟାଚ୍‌ ଖେଳି ସଂଗ୍ରହ କରିଛନ୍ତି ୬୫୫୫ ରନ୍‌ । ଏଥିରେ ୧୩ଟି ଶତକ ରହିଥିବା ବେଳେ ୪୨ଟି ଅର୍ଦ୍ଧଶତକ ରହିଛି । ବାକି ୮୭ଟି ଟି-୨୦ ମ୍ୟାଚ୍‌ ଖେଳି ସଂଗ୍ରହ କରିଛନ୍ତି ୨୪୬୪ ରନ୍‌ । ଏଥିରେ ୧୭ଟି ଅର୍ଦ୍ଧଶତକ ରହିଛି ।

   Related Posts