କ୍ୟାପଟେନ୍‌ ପଦ ଛାଡିଲେ କେନ୍‌ ଓ୍ୱିଲିୟମସନ୍‌, ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ କରିଦେଲେ ନା...

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ ୧୯।୦୬ : ଟି-୨୦ ବିଶ୍ୱକପ୍‌ ୨୦୨୪ । ଚଳିତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଖାସ୍‌ ପ୍ରଦର୍ଶନ କରିପାରିନାହିଁ । ଦଳ ଗ୍ରୁପ ଷ୍ଟେଜ୍‌ରୁ ହୋଇଛି ବିଦା । କୌଣସି ବି ଆଇସିସି ଇଭେଣ୍ଟରେ ଏହା ନ୍ୟୁଜିଲାଣ୍ଡର ସବୁଠୁ ଖରାପ ପ୍ରଦର୍ଶନ ବୋଲି ମନେ କରାଯାଉଛି । ତେବେ ଟିମ୍‌ର ଏପରି ପ୍ରଦର୍ଶନ ପରେ କିଓ୍ୱି ବାହିନୀକୁ ଲାଗିଛି ଝଟ୍‌କା । ଦଳର ଅଧିନାୟକ ପଦ ଛାଡିଛନ୍ତି ଅଭିଜ୍ଞ କେନ୍‌ ଓ୍ୱିଲିୟମସନ୍‌ । 

ତେବେ ଦଳର ଅଧିନାୟକ ପଦ ଛାଡିବା ପରେ କେନ୍ ଓ୍ୱିଲିୟମ୍‌ସନ୍‌ ୨୦୨୪-୨୫ ସିଜିନ୍‌ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । କିନ୍ତୁ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ତିନୋଟି ଫର୍ମାଟ ପାଇଁ ସେ ଉପଲବ୍ଧ ହେବେ । ଚୟନକର୍ତ୍ତା ଏବଂ ବୋର୍ଡ ଯେବେ ବି ନିଷ୍ପତ୍ତି ନେବ । ଯେଉଁ ଫର୍ମାଟ ପାଇଁ ଖେଳିବାକୁ । ତାକୁ ସେ ସମ୍ମାନ ସହ ଗ୍ରହଣ କରିବେ ବୋଲି କହିଛନ୍ତି । 

ସେପଟେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ଦିଆଯାଇଥିବା ବୟାନ ମୁତାବିକ, କେନ୍‌ ଓ୍ୱିଲିୟମସନ୍‌ ଖରା ସିଜିନ୍‌ରେ ବିଦେଶୀ ଲିଗ୍‌ ଖେଳିବାକୁ ପ୍ଲାନ କରୁଛନ୍ତି । ଯେଉଁଥି ଲାଗି ସେ ନ୍ୟୁଜିଲାଣ୍ଡ ପାଇଁ ଖେଳି ପାରିବେନାହିଁ । ସେଥି ପାଇଁ କେନ୍‌ ଓ୍ୱିଲିୟମସମ୍‌ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ନିଜ ନାଁକୁ ଫେରାଇ ନେଇଛନ୍ତି । କିନ୍ତୁ ସେ ସର୍ବଦା ନ୍ୟୁଜିଲାଣ୍ଡ କ୍ରିକେଟ୍‌କୁ ପ୍ରାଥମିକତା ଦେବେ ବୋଲି ଜଣାଇଛନ୍ତି । ଆଉ ଯେକୌଣସି ଟୁର୍ଣ୍ଣାମେଣ୍ଟ ପାଇଁ ସବୁବେଳେ ଉପସ୍ଥିତ ରହିବ ବୋଲି କହିସାରିଛନ୍ତି । 

ସୂଚନାଯୋଗ୍ୟ ଯେ, କେନ୍‌ ଓ୍ୱିଲିୟମସନ୍‌ ଏବେ ଯାଏଁ ୧୦୦ଟି ଟେଷ୍ଟ ଖେଳିସାରିଛନ୍ତି । ଯେଉଁଥିରେ ୮୭୪୩ ରନ୍‌ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ୟାରିୟରରେ କେନ୍‌ଙ୍କ ୩୨ଟି ଶତକ ଏବଂ ୬ଟି ଦ୍ୱିଶତକ ରହିଥିବା ବେଳେ ୩୪ଟି ଅର୍ଦ୍ଧଶତକ ରହିଛି । ସେହିପରି ୧୬୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୬୮୧୧ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ କ୍ରିକେଟ୍‌ରେ ୧୩ଟି ଶତକ ହାସଲ କରିଥିବା ବେଳେ ୪୫ଟି ଅର୍ଦ୍ଧଶତକ ରହିଛି । ବାକି ୯୩ଟି ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଖେଳି ୨୫୭୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୮ଟି ଅର୍ଦ୍ଧଶତକ ରହିଛି । 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.