oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡାରେ ନିଆରା ପରମ୍ପରା, ନୂଆ ଫଳକୁ ପୂଜା କରିବା ପାଇଁ କାନ୍ଦୁଲ ଯାତ୍ରା

23/03/2022 at 2:14 PM

ଦାରିଙ୍ଗବାଡି ୨୩/୦୪ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମରେ ଦୋଳପୁର୍ନମି ପରେ ଅନୁଷ୍ଠିତ ହୋଇ ଯାଇଛି କାନ୍ଦୁଲ ଯାତ୍ରା ବା ଲିଆ ପର୍ବ । ଏହି ଯାତ୍ରାରେ ନୂଆ କରି ଫଳିଥିବା ଝଟା, କାନ୍ଦୁଲ, ମହୁଲ, ଆମ୍ବ, ସିଆଳ ଫଳକୁ ପୂଜା କରିବା ପାଇଁ ଗ୍ରାମବାସୀ ମାନେ ଏକ ହୋଇଥାନ୍ତି । ଏହାର ଏକ କିମ୍ବଦନ୍ତୀ ରହିଛି ଯେଉଁ ମନ୍ଦିରରେ ଏହି ପୂଜା ପାଠ ହୁଏ ସେହି ମନ୍ଦିର ବର୍ଷ ସାରା ବନ୍ଦ ରହିଥାଏ ।

ଏହି ମନ୍ଦିରରେ ମା ଭୈରବୀ ବେବୀ ପୂଜା ପାଇଥାନ୍ତି । ବର୍ଷକୁ ଗୋଟିଏ ଥର ଏହି ମନ୍ଦିର ଖୋଲା ଯାଇଥାଏ ଜାହାରି ଫଳରେ ଏହି ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଜାତି ଧର୍ମର ମାନସିକ ଧାରୀ ମାନେ  ମାନସିକ କରିଥାନ୍ତି । ଏହି ଦିନରେ କାନ୍ଦୁଲକୁ ଭାଜି ପୂଜା କଲା ପରେ ପ୍ରତେକ ଘରେ ନୂଆ ବସ୍ତ୍ର ପିନ୍ଧିବା ସହିତ ଭୋଜି କରି ବନ୍ଧୁ ବାନ୍ଧବଙ୍କ ସହ ଖୁସିବନାଇଥାନ୍ତି ।

ଗ୍ରାମରେ ବିଶ୍ୱାସ ରହିଛି କାନ୍ଦୁଲକୁ ଭାଜି ପୂଜା କଲା ପରେ ଯାଇ ଘରେ ରୋଷେଇ ହୋଇଥାଏ । ଏହା ବହୁ ବର୍ଷ ଆଗୁରୁ ମାନି ଚଳି ଆସୁଥିବା କହିଛନ୍ତି ଗ୍ରାମବାସୀ । ଏହାକୁ ମଧ୍ୟ ନୂଆ ଖିଆ ଯାତ୍ରା ବୋଲି କୁହାଯାଏ । ମାନସିକ ଧାରୀ ମାନେ ମା ଭୈରବୀ ପାଖରେ ଦେଶୀ ଅଣ୍ଡା ପୂଜା କରିବା ସହିତ ବଳି ଦେବାପାଇଁ ଛେଳି, କୁକୁଡ଼ା, ଆଦି ଆଣିଥାନ୍ତି ମନ୍ଦିର ପ୍ରାଙ୍ଗଣରେ ବସି ଧ୍ୟାନ କରିବା ସହିତ ନିଜର ମାନସିକ ପୂରଣ ହେବା ପାଇଁ ଧ୍ୟାନରେ ରହିଥାନ୍ତି ।

ଏହି ଐତିହାସିକ ପର୍ବ ବା କାନ୍ଦୁଲ ଯାତ୍ରା ପର୍ବରେ ପୂଜା ଅର୍ଚ୍ଚନା କଲାପରେ ମାନସିକ ଧାରୀ ମାନେ ଯେଉଁ ଅଭିଳାଷ ସପ୍ନ ଦେଖିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ମାନସିକ ଧାରୀ ବିଶ୍ୱାସ କରିଥାନ୍ତି ।

   Related Posts