oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

କାନ୍ଧାର ସିଆ ମସ୍‌ଜିଦରେ ଭୟଙ୍କର ବିସ୍ଫୋରଣ, ୧୬ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ

15/10/2021 at 4:21 PM

କାବୁଲ ୧୫/୧୦: ଆଫଗାନିସ୍ତାନର କାନ୍ଧାରରେ ଥିବା ମସଜିଦରେ ଭୟଙ୍କର ବିସ୍ଫୋରଣ। ଆଫଗାନ ଗଣମାଧ୍ୟମ ଟୋଲୋ ନ୍ୟୁଜ ଅନୁସାରେ, ବିସ୍ଫୋରଣରେ ଏବେ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଲୋକ ଆହତ ହୋଇଛନ୍ତି। ଏହା ଏକ ସିଆ ମସ୍‌ଜିଦ ବୋଲି ଜଣାପଡ଼ିଛି। ଶୁକ୍ରବାର ନମାଜ୍‌ ପାଇଁ ଲୋକମାନେ ଏକାଠି ହୋଇଥିଲେ।

ଗୃହ ମନ୍ତ୍ରାଳୟ ପ୍ରବକ୍ତା ସୟଦ କୋସ୍ତୀ କହିଛନ୍ତି, ଡଜନେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତାଲିବାନର ସ୍ବତନ୍ତ୍ର ଫୋର୍ସ ଘଟଣାସ୍ଥଳରେ ପହଞ୍ଚିସାରିଛି। ଆମେ ଯାଞ୍ଚ କରୁଛୁ ପ୍ରକୃତରେ ଏହି ବ୍ଲାଷ୍ଟ କେମିତି ହୋଇଛି । ଏହା ପୂର୍ବରୁ ଗତ ଶୁକ୍ରବାର ଉତ୍ତର ଆଫଗାନିସ୍ତାନରେ ଏକ ସିଆ ମସଜିଦ୍‌ରେ ହୋଇଥିବା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଶହ ଶହ ଲୋକ ନମାଜ ପାଠ କରୁଥିବା ବେଳେ ବ୍ଲାଷ୍ଟ ହୋଇଥିଲା। ଇସ୍ଲାମିକ୍‌ ଷ୍ଟେଟ୍‌ ଖୁରାସାନ୍‌ (ଆଇଏସ୍‌-କେ) ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ଆତ୍ମଘାତୀ ବିସ୍ଫୋରଣ କରାଇଥିବା ଅଭିଯୁକ୍ତ ଜଣେ ଉଇଗର ମୁସଲମାନ ଥିଲା। ଏଥିରେ ଉଭୟ ସିଆ ଏବଂ ତାଲିବାନୀଙ୍କୁ ଟାର୍ଗେଟ କରାଯାଇଥିଲା। ଯେଉଁମାନେ ଉଇଗର ମୁସଲମାନଙ୍କ ଦାବି ପୂର୍ଣ୍ଣ କରିବାରେ ବାଧା ଦେଉଛନ୍ତି ବୋଲି ଆଇଏସ୍‌ ପକ୍ଷରୁ କୁହାଯାଇଥିଲା ।

   Related Posts