ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

୧୩୫ ଏକର ଗଂଜେଇ ଗଛ ନଷ୍ଟ କଲା କନ୍ଧମାଳ ପୋଲିସ

23/11/2022 at 11:04 PM

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ପୋଲିସ୍ ଅନେକ ଅଞ୍ଚଳରେ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି। ଗୋଛାପଡା ପୋଲିସ ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ  ପୋଲିସ ଟିମ ସଦଳ ବଳେ ଥାନା ଅନ୍ତର୍ଗତ ସଲାଗୁଡ଼ା ପଂଚାୟତର ବାକେପାଙ୍ଗା, ମାନିଜିରୁ, ଟେକେରୀଗୁଡା ଜଙ୍ଗଲ ଉପରେ ଚଢ଼ାଉ କରି ପାହାଡ଼ ଉପରେ ବେଆଇନ ଭାବେ ଲଗାଯାଇଥିବା ଗଂଜେଇ ଗଛ ସବୁ କାଟି ନଷ୍ଟ କରିଥିଲେ l ପ୍ରାୟ ୧୩୫ ଏକରରେ ଲାଗିଥିବା ଗଂଜେଇ ଗଛ ସବୁ କାଟି ସଫା କରିଥିବା ନେଇ ଥାନା ଅଧିକାରୀ ରଂଜିତ କୁମାର ମୁନି ସୂଚନା ଦେଇଛନ୍ତି l

ଏ ନେଇ ପୋଲିସ 148/22ରେ ମାମଲା ରୁଜୁ କରିଛି ହେଲେ  ଏ ସମ୍ପର୍କରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣା ପଡ଼ିଛି l ସମ୍ପୃକ୍ତ ଥାନା ଇଲାକାରେ ବେଆଇନ ଗଂଜେଇ ଚାଷ ବଢ଼ି ଚାଲିଥିବା ଫଳରେ ଏଥିରେ ରୋକ ଲଗାଇବାକୁ ଥାନା ଅଧିକାରୀ ମୁନି ଆନ୍ତରିକ ଉଦ୍ୟମ ଆରମ୍ଭ କରିଛନ୍ତି l ବେଆଇନ ଗଂଜେଇ ଚାଷ ଓ ଚୋରା ଚାଲାଣକୁ ସମ୍ପୂର୍ଣ ବନ୍ଦ କରିବା ଲକ୍ଷ୍ୟ ରଖିଛନ୍ତି ଥାନା ଅଧିକାରୀ ମୁନି।

   Related Posts