ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କନ୍ଧମାଳର ୭ ପଞ୍ଚାୟତ ଅଫିସରୁ ଚୋରୀ ଘଟଣାରେ ଯୁବକକୁ ଗିରଫ କଲା ପୁଲିସ,କାର୍‌ ସହ କମ୍ପ୍ୟୁଟର ଓ ମୋବାଲ୍ ଜବତ  

3/02/2023 at 11:06 PM

ସାଲେପୁର: କନ୍ଧମାଳ ଜିଲ୍ଲାର ପ୍ରାୟ ୭ଟି ପଞ୍ଚାୟତ କାର୍ଯ୍ୟାଳୟରୁ ଇଲୋକଟ୍ରୋନିକ ଜିନିଷ ଚୋରୀ ଘଟଣା ପର୍ଦ୍ଧାଫାଶ ହୋଇଛି। ଏହି ଘଟଣାରେ କଟକ ପୁରୁଷୋତ୍ତମପୁର ଗାଁର ଏକ ଯୁବକକୁ ଗିରଫ କରିଛି ପୁଲିସ। କଟକ ସାଲେପୁର ପୁଲିସ ସହଯୋଗରେ ଫିରିଙ୍ଗିଆ ଥାନା ଅଧିକାରୀ ପୁରୁଷୋତ୍ତମପୁରରେ ଚଢ଼ଉ କରି ସାଗର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ତାକୁ ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ଅଟକ ଯୁବକ ସାଗର ବିଶ୍ୱାଳର ଘର ଶିଶୁଆ ପୁରୁଷୋତ୍ତମପୁର ଗାଁର। ସେ ଶିଶୁଆ ବଜାରରେ ଏକ ମୋବାଇଲ ଦୋକାନ କରିଛି। ଫିରିଙ୍ଗିଆ ପୁଲିସ ସାଗରକୁ ଗିରଫ କରିବା ପରେ ତା ଠାରୁ ଏକ ସୁଇଫ୍ଟ ଡିଜାୟାର୍ କାର୍ ସହ ୩ଟି କମ୍ପ୍ୟୁଟର, ଗୋଟିଏ ଏଲିଇଡି ଟିଭି, ୩ଟି ପ୍ରିଣ୍ଟର,୧ ଇନଭେଟର, ୪ଟି ମୋବାଇଲ ସହ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ଜିନିଷ ଜବତ କରିଛି।

ସାଲେପୁର ପୋଲିସ ସହଯୋଗରେ ଫିରିଙ୍ଗିଆ ପୋଲିସ ଅଧିକ ତଦନ୍ତ ସାଲେପୁର ଅଞ୍ଚଳରେ ଚଳାଇଛି। ଏପଟେ କନ୍ଧମାଳ ପୋଲିସର ୭ ଟିମ ରାଜ୍ୟର ବିଭିନ୍ନ ଅଞ୍ଚଳମାନଙ୍କରେ ଚଢ଼ାଉ କରୁଥିବା ନେଇ ଫିରିଙ୍ଗିଆ ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଗୋଟିଏ ବଡ଼ ରାକୋଟ କାମ କରୁଥିବା ପୁଲିସ କହିଛି।

   Related Posts