ବିହୁ କିଣିଲା ମନ, ଝାଡଖଣ୍ଡର ଆଦିବାସୀ ନୃତ୍ୟରେ ଝୁମିଲେ ଦର୍ଶକ: ଶୀତ ସଂଧ୍ୟାରେ ଜମୁଛି କନ୍ଧମାଳ ମହୋତ୍ସବ
20/01/2019 at 3:47 PM

ଫୁଲବାଣୀ କରୋନେସନ ପଡିଆରେ ଚାଲିଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ।

ରାଜ୍ୟ ତଥା ରାଜ୍ୟ ବାହାରର ନାମିଦାମୀ କଳାକାର ପ୍ରତି ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯୟକ୍ରମ ପରିବେଶଣ କରୁଛନ୍ତି ।

ଏହାସହ ପଲ୍ଲିଶ୍ରୀ ମେଳାରେ ଜମୁଛି କିଣାବିକା ।

ଜମୁଛି କନ୍ଧମାଳ ମହୋତ୍ସବ । ଶୀତୁଆ ସଂଧ୍ୟାରେ ନାଚଗୀତରେ ଝୁମୁଛନ୍ତି ଦର୍ଶକ। ତା’ସାଙ୍ଗକୁ ପଲ୍ଲିଶ୍ରୀ ମେଳା।

ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ପାଇଁ ଏଠାକୁ ଆସିଛନ୍ତି ।

ଘରକରଣା ଜିନିଷ ଶୁଲଭ ମୂଲ୍ୟରେ ହାତ ପାହାନ୍ତାରେ ମିଳୁଥିବାରୁ ଆଖପାଖ ଲୋକେ ଭିଡ ଜମାଉଛନ୍ତି ମେଳା ।

ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଏଠି ନୃତ୍ୟ ଗୀତ ପରିବେଶଣ କରୁଛନ୍ତି ।

ପ୍ରଥମ ସଂଧ୍ୟାରେ ଆସାମର ବିହୁ କଳାକାରଙ୍କ ନୃତ୍ୟୁକୁ ବେଶ ଉପଭୋଗ କରିଥିଲେ ଦର୍ଶକ ।

ଟିଟ୍ରାପଙ୍ଗାର ଆଦିବାସୀ ନୃତ୍ୟ, ଝାଡଖଣ୍ଡର ଆଦିବାସୀ ନୃତ୍ୟ ମଧ୍ୟ ବେଶ୍ ଆକର୍ଷିତ କରିଥିଲା। କୋରାପୁଟ, ବଲାଙ୍ଗୀର, ପୁରୀର ଅନେକ ଗ୍ରପ୍ କଳା ପରିବେଷଣ କରିଥିଲେ ।
